Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Romance Classics Fantasy

4.5  

Prahallad Sahoo

Romance Classics Fantasy

ଅଭିମାନୀ ଶୀତ

ଅଭିମାନୀ ଶୀତ

1 min
6


ଅଭିମାନୀ ଶୀତ ଆସେ

ଅଭିମାନ ଭରା ଥୁରୁଥୁରୁ ଓଠରେ

ମାଛି ଅନ୍ଧାରର ଗହଳ ନିଦରେ

ଅଭିମାନୀ ପ୍ରୀୟାର ବାହୁ ବନ୍ଧନରେ 

ପ୍ରୀତିର ଆଖି ତଳେ କଜଳ ଗାର ଧାରେ 

ଅଳସି ପ୍ରୀୟାର କଳସୀ ଭରା ପ୍ରୀତିରେ ।


ଅଭିମାନୀ ଶୀତ ଆସେ

ଅଧା ଓଢଣୀ ଟାଣି

ପଲ୍ଲୀ ଲଳନାର ମନ ନେବ କିଣି,

ସେ ଆସିଛି ନୁଆଁଇ ନୁଆଁଇ 

ସଞ୍ଜୁଆ ମଳୟର ଶିହରଣ ସାଥେ 

ଗରମ କମ୍ବଳର ନରମ କୋଳରେ 

ପ୍ରୀତି ପ୍ରଣୟୀ ପ୍ରେମାଙ୍ଗୀ ବୁକୁ ତଳେ ।


ଅଭିମାନୀ ଶୀତ ଆସେ

ରାଗ ରାଗିଣୀର ଉଚ୍ଛ୍ବାସରେ

କୋଇଲିର ମଧୁର କୁହୁ ତାନରେ 

ଆମ୍ବ ବଉଳର ମିଠା ବାସ୍ନାରେ

ଫୁଲରୁ ଫୁଲ ପ୍ରଜାପତିର ମଧୁ ଚୁମ୍ବନରେ 

ହଂସ ହଂସରାଳୀର ମଧୁର ମିଳନରେ ।


ଅଭିମାନୀ ଶୀତ ଆସେ

ନୂଆ ବହୁର ଝୋଟି ଚିତାରେ,

ମଗୁଶୀର ମାସ ଗୁରୁବାର 

ମାଣବସା ବେଦୀ ଆସ୍ଥାନରେ,

କାର୍ତ୍ତିକ ପୂର୍ଣ୍ଣିମାର ଶଙ୍ଖ ଧ୍ବନୀରେ

ଆ କା ମା ବୈ ସ୍ବର ସମ୍ଭାରରେ ।



Rate this content
Log in

Similar oriya poem from Romance