STORYMIRROR

Sunanda Mohanty

Abstract Classics Fantasy

4  

Sunanda Mohanty

Abstract Classics Fantasy

ସେବିକା ଓ ସେବକ

ସେବିକା ଓ ସେବକ

1 min
10

ବର୍ଷା ଆଉ ହେବ ନାହିଁ

ଯେବେଠୁ ମେଘ ଭଡା ନେଲା ଆଖି ଉଆସରେ

ନଦୀ ଉଛୁଳିବ ନାହିଁ

ଚାତକୀ ଶୋଷ ମେଣ୍ଟିବ କି ନାହିଁ

କିଏ କହିପାରେ

ଫୁଲ ମାନେ ଆଉ ରଙ୍ଗ ମାଖି ଫୁଟିବେ ନାହିଁ

ଓଠରେ ରଙ୍ଗସବୁ ବୋଳା ହେଲା ପରେ

ହୋଲିରେ ରଙ୍ଗ ଫଗୁଣ ଫୁଟିବକି ନାହିଁ

ଇନ୍ଦ୍ରଧନୁ ପଡି଼ବକି ନାହିଁ କିଏ କହିପାରେ

କାଶତଣ୍ଡୀ ଫୁଟିବନି ନଈ ଧାରେ

ବଧୂଲି ହାତରେ ସବୁ ଧବଳ ବଉଦ ମାଖି ଗଲା ପରେ

ବଗ ଓ ବଗୁଲି ଏବେ ମନସ୍ତାପେ ରହିଲେଣି ଘରେ

କିଏ କହିବ ସୁରୁଜ ମୁରୁଜ ବୁଣି ଆସିବକି

ନାହିଁ ପ୍ରତି ସକାଳରେ

କଳା ସବୁ ମେଘରୁ ମାଘେ ଯାଇ କୁନ୍ତଳ ସଜାରେ

ଆଖିର କଜ୍ଜ୍ୱଳ ଧାରେ ନେସି ହେଲା ପରେ

ବରଷା ହେବକି ଆଉ ପୃଥିବୀ ପୃଷ୍ଠରେ

କାଉ କୋଇଲି କଜ୍ଜଳପାତି ସମେତ ପକ୍ଷୀ ଇନ୍ଦ୍ରଙ୍କ ଦୁଆରେ

ଆଉ କି କହିବା ମଳୟ କଥା ମଲ୍ଲୀ ଫୁଲ

ଲାଜେ ନଇଁ ଫୁଟୁନାହିଁ

ଗଜରା ଆସିବ କାହିଁ ଚନ୍ଦନ ମଉଜ ହେବକି ନାହିଁ

ଭାଳେଣି କରନ୍ତି ମଲ୍ଲୀମାଳା ଦେଇ କେମିତି

ତୋଷିବ କେହି ନଟନାଗରଙ୍କୁ ଆଉ ଗିରିଷମେ

ଏତେ ସବୁ ହେଲା ପରେ କିଏ କହେ

ସବୁ ସେଇ ଦେବଦାସୀ କାମ

ଜଗନ୍ନାଥଙ୍କୁ ତୋଷିବାକୁ ସବୁରେ ତା ନାମ

ଵିଧି ହେଲା ବାମ

ଆଉ ମାନେ ଯିବେ କେଣେ ଛାଡ଼ି ଜଗନ୍ନାଥ ଧାମ

ପୁରୀବାସୀ ଗଲେ ଋଷି ଏତେ ସବୁ ହସି ହସି

କରି କରାଇବ କିଏ ରଙ୍ଗର ରୋଷଣୀ

ଦେବଦାସୀ ପାଦେ ପାଉଁଜି ଝୁଣ୍ଟିଆ ପିନ୍ଧି

ଅଣ୍ଟାରେ ବାଜେଣୀ ସାଥେ ଓଢଣା ଟାଣି

ଜଗନ୍ନାଥଙ୍କୁ ଅଞ୍ଚଳେ ବାନ୍ଧି ରଖି

ଶୁଆଇଦେବ କହୁଛି ସେ ପୁଣି

ଉଠ ପ୍ରଭୁ ଦେଖ ନେତ୍ରେ ରଙ୍ଗ ଅଧରରୁ ହସି

ଦିଅ ଭାଷି ତୁମେ ଆମର ଆମେ ତୁମର

ରଙ୍ଗତ ତୁମରି ଭିତରେ ଥାଇ ବାଣ୍ଟେ ରହି

ଶାସ୍ୱତ ସମାଚାର

ଫୁଲ ଫଳ ପକ୍ଷୀ ନଈ ପାହାଡ଼ ପୋଖରୀ

ଆକାଶ ମାସ ବର୍ଷ ଋତୁ ରଙ୍ଗ ପସରାତକ

ବରଷକେ ବାର ମାସ ଯାକ

ଦେବଦାସୀ ଜଣେ ନୁହେଁ ପଣେ

ସେବକ ସମର୍ପଣ ଭାବେ

ଭାବରେ ଭକ୍ତିରେ ଏ ଭବେ ସର୍ବେ

ଶୀତର ଓଢଣୀ ଲାଗି ହୋଇ ଯାଆନା ଶୋଇ

ଉଠ ଭକ୍ତ ଡାକେ ରଥ ପଥେ ସଜ ହୁଅ ବାରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract