STORYMIRROR

Prahallad Sahoo

Abstract Classics Fantasy

4  

Prahallad Sahoo

Abstract Classics Fantasy

ମୋ ଦେଶ

ମୋ ଦେଶ

1 min
12

ଏହି ମୋ ଦେଶ ଭାରତ ଭୂଇଁ

ସରଗ ଠୁଁ ସୁନ୍ଦର ତା' କୋଳେ ଜନମ ମୋହର

ଧନ ଧାନ୍ଯ ଗୋପ ଲକ୍ଷ୍ମୀ

କଳା କାରୁକାର୍ଯ୍ୟପୂର୍ଣ୍ଣ ଐତିହ୍ଯ,

ପ୍ରାକୃତିକ ଶୋଭା ବିମଣ୍ଡିତ 

ନଦ ନଦୀ ତରୁ ଲତା ପାହାଡ ପର୍ବତ

ଯେତେ ବର୍ଣ୍ଣିଲେ ବି ଶେଷ ହୁଏ ନାହିଁ

କେଉଁ ରୂପ ଗୁଣେ ବର୍ଣ୍ଣିବି ତୁମକୁ

ହେ ମୋ ଦେଶ ଭାରତ ଭୂଇଁ

ତୋ ସଙ୍ଗେ ସମ ହେବ କିଏ ଆଉ

ତୋର ପଟ୍ଟାନ୍ତର ନାହିଁ 

ତୋର ଉପମା ଦେବାକୁ 

ମୁଁ ଭାଷା ପାଉ ନାହିଁ ।।

ଖଣି ଖାଦାନରେ ଭରା ତୋ କୋଳ

ନଦୀ ଠାରୁ ସାଗର ଯାଏ 

ପାଉନାହିଁ ଥଳକୂଳ

ସମୁଦ୍ରର ଲହଡି ମନରେ କୁହୁଡି

ସତେ ଅବା ଉତ୍ତାଳ ତରଙ୍ଗ ମାଳାରେ 

ମାଳ ମାଳ ଗଛ ଲତା ସଙ୍ଗେ ହୁଡି 

ସମୁଦ୍ର ମନ୍ଥନରୁ ଯାତ 

ଐରାବତ ହସ୍ତୀ, ଉଚ୍ଚୈଶ୍ରବା ଅଶ୍ବ,

ପାରିଜାତ ଫୁଲ, ଅମୃତ କଳସ

ବାସୁଖି ମର୍ଦ୍ଦନେ ଜାତ ହଳାହଳ ବିଷ

ପାନକରି ସେ ବିଷ ନିଳକଣ୍ଠ ମୁଖେ ହସ

ଏହି ମୋ ଦେଶ

ଯାହାର କୋଳେ ତେତିଶ କୋଟି ଦେବାଦେବୀଙ୍କ ବାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract