STORYMIRROR

Tapan Kumar Swain

Fantasy

4  

Tapan Kumar Swain

Fantasy

ମଣିଷ

ମଣିଷ

2 mins
2.3K

ମଣିଷ ନେବ ମଣିଷ

ଯେତେ ଶସ୍ତାରେ ବିକ୍ରି ହୁଏନି ପଣ୍ୟ ଦ୍ରବ୍ୟ

ସେତେ ଶସ୍ତାରେ ବିକ୍ରି ହୁଅନ୍ତି ମଣିଷ

ଗୋଟିଏ ଛେଳି କିମ୍ବା ମେଣ୍ଢା ଠାରୁବି କମ୍

ଗୋଟିଏ ବ୍ରଏଲର କୁକୁଡ଼ା

ଅଧକିଲେ ମାଛ,

ବୋତଲେ ସୁରାରେ

ଘରର ମୁଖିଆ ବିକ୍ରିକରେ

ଶସ୍ତାରେ ପରିବାର ।


ବଢ଼ିଲା ଝିଅ

ଡିଗ୍ରୀଧାରୀ ପୁଅକି ପୁତୁରାକୁ

ଟ୍ରେନରେ ରପ୍ତାନି କରେ

ମହାରାଷ୍ଟ୍ରକି ଗୁଜୁରାଟକୁ

ଖଟିବାକୁ ଦାଦନ

ଶସ୍ତା ରାଜନୀତିର ପ୍ରାପ୍ତିରେ

ଭାଇ ଭାଇରେ ଘର ଜମିବାଡ଼ି

ଆସବାବପତ୍ର ଭାଗହୁଏ

ମଝି ଘରର ଅଗଣାରେ ପାଚିର ଉଠେ

କୁଜି ଟାଉଟରଙ୍କ ମନ୍ତ୍ରଣାରେ।


ବାପା ଜେଜେ ବିକ୍ରି କରନ୍ତି ଧାନ ବିଲ

ସରକାରୀ ଯୋଜନା ଲୋଭରେ

ବିଭିନ୍ନ ଦପ୍ତରି ଧାଇଁ ଧାଇଁ

ମଣିଷ ହରାଏ ପାଦର ଚପଲ

ଘର ବାହୁଡା ପକ୍ଷୀ ପରି

ଆମଦାନୀ ହୁଅନ୍ତି ଆମ ଲୋକ

ଠିକ ପାଞ୍ଚ ବର୍ଷରେ ଭୋଟ୍ ଖଣ୍ଡେ ପାଇଁ

ସୁଦୂର ସୁରାଟ କିମ୍ବା ମହାରାଷ୍ଟ୍ର,ଦିଲ୍ଲୀରୁ

ବୁଢା ବାପା ମାଆ ସ୍ତ୍ରୀ ପିଲା ଛୁଆ

ଦିନ ଗଣୁଥାନ୍ତି

ସାଉକାର ରାସନ ଦୋକାନୀର

ସୁଝିବାକୁ କରଜ ।


ଗାଆଁ ଛକରେ ସକାଳ ସଂଜେ

ଧୂଆଁ ଉଠେ ଚା'କପରେ

ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଶସ୍ତା ଆଲୋଚନା

ଆମ ଲୋକମାନଙ୍କର ଆସର ଜମେ

ଯେମିତି ସାଇବେରିଆ ପକ୍ଷୀଦଳ ଭଳି

ଚିଲିକା ହ୍ରଦରେ

ନିରୀହ ଲୋକଟିଏ ବଖରାଏ ଘର

ସ୍ୱଚ୍ଛ ପରିମଳ ପାଇଖାନା,ଖଣ୍ଡେ ରାସନ କାର୍ଡ

କାଠ ଉଠା ଛତୁ ପରି ମାଳମାଳ ଯୋଜନା

ହାତେଇବା ପାଇଁ ଭୋଗ ଲାଗିକରି

ସରକାରୀ ଦ୍ୱାରସ୍ଥ ଚାପରାଶି

ଅଥବା ଗାଆଁ କୁଜିନେତା ଟାଉଟରଙ୍କ ଘରେ

ଡେରା ପକାଏ ସଂଜ ସକାଳେ ।


ତଥାପି ମଣିଷ ହାଟରେ ବିକ୍ରିକରେ

ମାନବିକତା

ଗୋଲାମ ପଣରେ ଖଟେ

କପେ ଚା ଖଣ୍ଡେ ବିସ୍କୁଟ ଖାଇ

ଦିନ ତମାମ ଗୁଣଗାନ କରେ

ପୁଞ୍ଜିପତି ଦଲାଲ ମାନଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy