Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Others

3  

Ajaya Mahala

Others

ତମେ କିଛି ବି କରି ପାରିବ

ତମେ କିଛି ବି କରି ପାରିବ

1 min
476



ବୟସ ୨୫:

ସକାଳର ଖରାପରି

ତାଜା ତାଜା ତୁମ କଥା 

"ତୁମେ ଶବ୍ଦର ଯାଦୁକର,

ବହୁତ ଭରସା

ତୁମ କଲମ ଉପରେ,

ତୁମ ଲେଖା ଉପରେ ।

ଏତେ ଶୀଘ୍ର ସମାଧାନ କରିଦିଅ

ସେହି ସମସ୍ୟା ଗୁଡିକ

ଯାହା ନେଇ କେଇ ଦିନ ଧରି

ଏତେ ଘାଣ୍ଟି ହେଉଥାଏ ।"

ମୋ ନୂଆ ଚାଲି ଶିଖୁଥିବା ପାରିଲାପଣକୁ

ଆଙ୍ଗୁଳି ଧରାଇ ଠିଆ କରାଅ

ଆକାଶକୁ ଛୁଇଁ ବାକୁ କୁହ ।

କେବେ ଗଳାରେ ଲଗାଇ କୁହ,

"ବହୁତ ବିଶ୍ୱାସ ଅଛି ତୁମ ଉପରେ

କିଛି ବି କରି ପାରିବ ତମେ !"


ବୟସ ୫୨:

ସତରେ ସମୟ ଓଲଟି ଗଲା

କେତେ ଶୀଘ୍ର !

କେଉଁଠୁଁ କିଛି ଟେର ପାଇ ମୁହଁ ଖିଙ୍କାରି କୁହ

"ଏବେ ସେ ଅଳ୍ପବୟସ୍କା ସହ 

କି ପ୍ରେମ ମ ?

କି ରାତି ଅଧିଆ କଥା ବାର୍ତ୍ତା,

ମୋତେ ଲୁଚାଇ ଚୋରାଇ 

ଇଏ କି ଦିଆ ନିଆ,

କାହା ସହ ମିଳାମିଶା ?

କାହାପାଇଁ ପକେଟରେ ଏ ରେଷ୍ଟୁରାଣ୍ଟ ବିଲ

କାହାପାଇଁ ଏତେ ଦାମୀ ଶାଢ଼ୀ ?

ସ୍ୱପ୍ନରେ ଭାବି ନ ଥିଲି କେବେ

ଏତେ ତଳକୁ ଖସି ପାରିବ ତୁମେ .... !!!"


ତୁମ ଆରୋପରେ 

କେତେ ସତ କେତେ ମିଛ

ବିଚାର କରିବାକୁ ତମ ଆଉ ମୋ ଛଡା 

କେହି ନ ଥାନ୍ତି ସେଠି ।

"ଏ ସବୁ ବାଜେ କଥା " ବୋଲି

କହିବାକୁ ସାହସ ବାନ୍ଧୁ ବାନ୍ଧୁ 

ଭାଙ୍ଗିଦିଅ ମୋ ଭିତରେ ମୁଣ୍ଡ ଟେକୁଥିବା 

ବିପର୍ଯ୍ୟସ୍ତ ସାହସର ଉଈ ହୁଙ୍କାକୁ ।

ପୁନଃ ପୁନଃ ଆଣ୍ଠୁଭରା ଦେଇ

ଉଠୁଥିବା ମୋ ପୌରୁଷକୁ କୁହ -

"ଏବେ ବିଶ୍ୱାସ ନାହିଁ ତୁମ ଉପରେ

ତମେ କିଛି ବି କରି ପାରିବ !"


      ~💝~


Rate this content
Log in