STORYMIRROR

Ajaya Mahala

Others

4  

Ajaya Mahala

Others

ରାକ୍ଷୀ ନ ପଠାଉ ଥିବା ଭଉଣୀ

ରାକ୍ଷୀ ନ ପଠାଉ ଥିବା ଭଉଣୀ

2 mins
205

ରାକ୍ଷୀ ନ ପଠାଉ ଥିବା ଭଉଣୀ

ସେ ମୋ ଠିକଣା ଜାଣିନି

ସେ ହ୍ଵାଟ୍ସପ ଫେସବୁକ ଜାଣିନି

ଟ୍ରେନ ଆଉ ପ୍ଲେନରେ

ସେ ଚଢି ଓହ୍ଲେଇ ଜାଣିନି

ଏଠି ଚିକ ମିକ ବଜାର

ରାକ୍ଷୀ ମୂଲ ପାଞ୍ଚ ଶ' ହଜାର

ସେ କେବେ

ରାକ୍ଷୀଟେ ପଠାଇନି

ସେହି ମୋ ଅଧା ବୋକି ଭଉଣୀ

ଫୋଟୋ ମୋ ଦେଖି ଦେଲେ

        ଆଖି ତା ନିରେଖେ

                    ଓଠ ତାର ହସିବାକୁ ଲାଗିଯାଏ ।

ଦୂରରୁ ଆସିଛି ବୋଲି

            କଥା କହୁ କହୁ

                  ପାଦ ସିଏ ଘସିବାକୁ ଲାଗି ଯାଏ ।

ଓଠରେ ତା ହସ

ଖେଳି ଖେଳି ଯାଏ

କେଡ଼େ ସ୍ନେହ ରଙ୍କୁଣୀ

ସେହି ମୋ ଭଉଣୀ

ଘରକୁ ଆସିଲେ

ଯା ପାଦ ଚାଲି ଦୃତ ହୋଇଯାଏ

ଚକୁଳି ହେଉ ହେଉ

ଭଜା ଥାଳିର ଢ଼ାଙ୍କୁଣୀ ଉଠାଇ

ଜଲଦି ସିଝୁ ନ ଥିବା ଆଳୁକୁ

ଖଡିକା ଅଗରେ କାଟି ଦେଖୁଥାଏ

ବାମ୍ଫ ଭରା ଭାତ ହାଣ୍ଡି

ଗୋରା ହାତେ ଟେକି ରଖୁଥାଏ

ସୁନ୍ଦର ଶେଯରେ

          ଶୁଏଇ ଦିଏ ସେ

ଆଉ ଦୁଇ ଗଣ୍ଡା ଭାତ

         ଖୁଏଇ ଦିଏ ସେ

ତାଠୁଁ ରାକ୍ଷୀ ଆସେନି

ସେହି ମୋ ଭଉଣୀ

ମୋ ଛୁଆଙ୍କୁ ଛାତିରେ ଜାବୁଡ଼େ

ନିଏ ତାଙ୍କ ଗୋଇଠା ତା ଦେହରେ

ସିଏ ଏକା ଖାଇପାରେ

ମୋ ଅଇଁଠା ସ୍ନେହରେ

ମୋ ମଳିଆ ଜାମା ପ୍ୟାଣ୍ଟ କାଚି ପାରେ

ଛୁଆଙ୍କର ଘୁଅ ମୂତ ପୋଛି ପାରେ

ସଜନା ଡାଳରେ ହଳଦୀ ବସନ୍ତ ଦେଖି

କେତେ ଖୁସି ହୋଇଥିଲା

ଭାଇର ପ୍ରଥମ ଦରମା ମିଳିବାରେ

ତା ଛାତି କୁଣ୍ଢେ ମୋଟ ହୋଇଥିଲା

କେବେ ଥରେ ଥକିନି, ଚିଡିନି

ସେହି ମୋ ଭଉଣୀ

ଭାଇ ଆସିବା ଆଶାରେ

କାଉକୁ ଚାଉଳ ମିଛଟାରେ ଖୁଆଏ

ତା ଭାଇ ନାଆଁରେ 

ବଡ଼ କରି ଶାଶୁ ଘରେ ଯେତେ କହେ

ଭାଇ ପାଦ ଯେବେ ପଡେ

ତା ପାଦର ଚାଲିରେ

ଖୁସି ଫୁଲ କେତେ ଫୁଟୁ ଥାଏ

କେବଳ ତା ବଡ଼ ଯାଆ ଜାଣେ

ମତେ ଦୁଃଖ ହୁଏନି

ଯଦି ରାକ୍ଷୀ ଟିଏ ଆସେନି

ମନାଅ ତୁମେ ସବୁ ହସ ଖୁସି

ହାତେ ବାନ୍ଧ

ସୁନା ରୂପା ଯେତେ ରାକ୍ଷୀ

ମୁଁ ଦେଖେ ତାର ଲୁହ ଭରା ଆଖି

ଯାଏ ମୁଁ ପାଶେ ତାର

ସ୍ନେହର ପରଶ ଚାଖି

ସିଏ ମାଆ ରୂପ,

ସିଏ ମୋ ଭଉଣୀ

ମନ ଭିତରର ଖୁସିର, ଦୁଃଖର

ଜଣେ ଏକା ସାକ୍ଷୀ

ମୋ ହାତରେ ସବୁଦିନ ବନ୍ଧା

ତା ସ୍ନେହର ଅମଳିନ ରାକ୍ଷୀ

ସିଏ ମୋ ଭଉଣୀ

ତାଠୁଁ ରାକ୍ଷୀ ଆସେନି

       ~❤️~



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍