STORYMIRROR

Ajaya Mahala

Romance

2  

Ajaya Mahala

Romance

ମୁଁ ସତରେ ରାଗିଛି

ମୁଁ ସତରେ ରାଗିଛି

1 min
293

ଆଜି ମୁଁ ସତରେ ରାଗିଛି

 ତୁମ ମୁହଁରୁ ଏତକ ଶୁଣିଲେ

ପ୍ରଥମେ ଫେଁ କରି ହସି ଦିଏ ମୁଁ

ତୁମ ଗେହ୍ଲା ରାଗଟା ବି ଚମକି 

ଫେରି ଯାଏ ତୁମ ପାଖକୁ 

ତୁମ ପଣତ ଭିତରେ ଲୁଚିରହି

ଦେଖେ ମୋ ନିଡର, ବେପରୁଆ

ଠୋ ଠୋ ହସକୁ 


ତୁମେ ହସିବାର କାରଣ ପଚାରି ବସ

ଯେମିତି ମାତ୍ର ଏଇନେ 

ଦୋଷୀ ସାବ୍ୟସ୍ତ କରି

ତୁରନ୍ତ ଦଣ୍ଡିତ କରିଦେବ ମତେ

କମ୍ ସେ କମ୍ ଖୁସି କରାଇଦେଵ 

ତୁମ ଭିତରେ ଲାଂଛିତ

ହୋଇଥିବା ସେହି ରାଗ ଟିକକୁ 


ପିଆଜ ପାଖୁଡ଼ା ପରି 

ତୁମ ମିଜାଜର ପାଖୁଡା 

ଜାଣିଛି ଗୋଟେ ପରେ ଗୋଟେ

ଖୋଲି ଖୋଲି ଚାଲିଗଲେ

ଶେଷରେ କିଛି ମିଳିବନି 

ତା ଭିତରେ ପରସ୍ତ ପରସ୍ତ 

ସତ ରାଗ ଆଉ ମିଛ ରାଗ

କହିବାକୁ ଇଚ୍ଛା ହୁଏ, 

"ଏହି ରାଗଟି ଯଦି ସତ, 

ତେବେ ବାକି ଯେଉଁ ସବୁ ରାଗ, 

ସେଗୁଡିକ ମିଛ ଥିଲା


ହସ ତ ଏଥିପାଇଁ ଲାଗେ

ତମେ ଯେତେବେଳେ ଚିହ୍ନାଇ ଦିଅ

କେଉଁ ରାଗ ସତ ଥିଲା 

କେଉଁ ରାଗ ମିଛ

ଏତିକି ବି ମୋର ଅଭିଜ୍ଞତା ନାହିଁ

ତୁମ କ୍ରୋଧ ଆଉ ପ୍ରେମକୁ 

ଅଲଗା ଅଲଗା କରି

ବାରି ପାରିବିନି

ଶୁଣିଛ, କଞ୍ଚାଲଙ୍କା କେବେ 

ନିଜ ବିଷୟରେ କହିଛି - 

"ମୁଁ ବହୁତ ରାଗ ଲଙ୍କା" ବୋଲି


"କିଛି କାରଣ ନ ଥାଇ

ଫେଁ ଫେଁ କାହିଁ ହସ ତୁମେ

ମୋ ଠୋ ଠୋ ହୋଇ

ହସିବାଟା ତୁମକୁ ଭଲ ଲାଗେନା 

ଆଉ ମତେ ଭଲ ଲାଗେ 

ତୁମ ରାଗକୁ ମୁଁ ରାଗର ସଂଜ୍ଞା 

ନ ଦେଉଥିବାରୁ 

ତୁମ ମୁହଁରେ ଉତ୍ପନ୍ନ 

ଅସହାୟତାକୁ ଦେଖି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance