STORYMIRROR

Ajaya Mahala

Abstract

2  

Ajaya Mahala

Abstract

ଯିବି ବା କୁଆଡେ?

ଯିବି ବା କୁଆଡେ?

1 min
132

ବିଜନ ବେଳାରେ

ନିଜ ସହ କେବେ କଥା ହୁଏ

ଆଉ ତୁମ କଥା ପଡେ

ଇଚ୍ଛା ହୁଏ ଚାଲି ଯିବି ଦୂର

ଦୁନିଆଁକୁ ରଖି ପଛ ଆଡେ

କିନ୍ତୁ ତୁମ ବିନା ଏଠି ସବୁ 

ଭୁଆଁବୁଲା ଅନ୍ଧାରିଆ ରାସ୍ତା

ଯିବି ଯଦି, ଯିବି ବା କୁଆଡେ


ବଳିଛି କି ସେ ଋତୁର ସମୟ

ଋତୁପକ୍ଷୀ ହୋଇ ଉଡିଯିବି

ଭୁଲିଛି ମୁଁ 

ଥରେ କେବେ ଥିଲା ମୋର ଡେଣା 

ତୁମ ବିନା କେଡ଼େ ଏକୁଟିଆ

ସତ ବୁଝିବ କି 

ମତେ ଏବେ ଦିଗ ନାହିଁ ଜଣା


ସ୍ବପ୍ନର ଉଦୟ ଭୂମି ତୁମେ

ତୁମ ପ୍ରେମ ଘନଘୋର ମେଘ

ତୁମ ହସ ସୌମ୍ୟା ନିଶିଥିନି

ତୁମ ପ୍ରେମ ଚନ୍ଦ୍ର କିରଣର ଜାଳ

ତୁମେ ମୋର ସ୍ବପ୍ନର ସରହଦ

ତୁମେମୋର କଳ୍ପନାର ଶେଷ ସୀମା

ତୁମେ ମୋର ସ୍ମୃତି ଚକ୍ରବାଳ


ତୁମେ ମୋ କାମନାର ପୋତ

ହାତ ଧରି ପହଁରେ ମୁଁ

ଏ ଉତ୍ତାଳ ଏ ଜୀବନ ବାରିଧି

ତମ ପାଖେ ଟିକିନିଖି

ଯେତେ ମୋର ଇଚ୍ଛାର ସମାଧି 

କଥା କେବେ ଧରିବନି

ମୁଁ ଯେ ତୁମ ଅଲିଅଳ ନଦୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract