STORYMIRROR

Smitali Priyadarsini Panda

Abstract Romance

4  

Smitali Priyadarsini Panda

Abstract Romance

ତୁମ ପାଇଁ

ତୁମ ପାଇଁ

1 min
464


ତୁମେ ମୋର ପ୍ରଥମ ପୁରୁଷ

ତୁମେ ମୋର ପ୍ରେମର ପ୍ରତୀକ

ତୁମେ ସଦା ସାମ୍ନାରେ ଅଛ ସ୍ବପ୍ନ ସହ

କିନ୍ତୁ ମୁଁ ଆଙ୍କିଦିଏ ତୁମ ଛବି କଳ୍ପନା କରି ।


ତୁମେ ବହୁତ ଜିଦଖୋର୍

ତୁମ ସୌନ୍ଦର୍ଯ୍ୟ ର ପଟଚିତ୍ର ମଧ୍ୟରେ

ମୋ ସହ ଆସିଯାଅ

କିଛି ପ୍ରେମ ର ଆଳାପ କରିବା ପାଇଁ

ବିନା ଦ୍ଵିଗ୍ଧା ପୁଣି ବିନା ନିମନ୍ତ୍ରଣରେ ।


ତୁମେ ପାରିବକି ଦୀପଟିଏ ହୋଇ

ମୁଁ ସଳିତାଟେ ହେବି

ତୁମକୁ ଆଜି ମୁଁ ତୁମଠୁ ମାଗୁଛି

ପାରିବକି ହୁଁ ମାରି ନାୟିକା ସାଜିବି ।


ତୁମେ ମୋର ଆରାଧନା

ତୁମେ ମୋର ଉପାସନା

ତୁମେ ମୋର ପ୍ରେରଣା

ତୁମେ ମୋ ପ୍ରେମର କଳ୍ପନା

କିନ୍ତୁ ମୁଁ ତୁମକୁ ଅପେକ୍ଷା କରେ

ତୁମେ କାହିଁ ଆସନା ।


ବୈଶାଖୀର ଜ୍ଵାଳା କଷ୍ଟ ନୁହେଁ

ସବୁ କଷ୍ଟ ଅପେକ୍ଷାର ଯାତନା

ହଁ ତୁମେ ମୋର ପ୍ରିୟ

ମୁଁ ତୁମ ପ୍ରଣୟିନୀ 

ତୁମ ପାଇଁ ମୋର ପ୍ରତିଟି କବିତା

ତୁମକୁ ନେଇ ସବୁ ମୋ କଳ୍ପନା

ହଁ ତୁମେ ତୁମେ ତୁମେ

ସେହି ନାୟକ କର ମୋତେ

ସ୍ଵପ୍ନରେ ଆନମନା....।।


Rate this content
Log in

Similar oriya poem from Abstract