STORYMIRROR

Kabiratna Nutan Kumar Behera

Abstract Drama Action

3  

Kabiratna Nutan Kumar Behera

Abstract Drama Action

ଘେନ ହେ ସକାଳର ସଜ ପ୍ରଣାମ

ଘେନ ହେ ସକାଳର ସଜ ପ୍ରଣାମ

1 min
150

ରଜନୀରାଣୀର କୋଳୁ ନିଦ୍ରା ତେଜି

   ଆଖି ଖୋଲି ଯେବେ ଦେଖେ ମୁଁ ଧରାଧାମ

ପବିତ୍ର ହୃଦୟେ ଜଣାଏଁ ମୋ ଭକ୍ତି

        ଘେନ ହେ ସକାଳର ସଜ ପ୍ରଣାମ।

ହସୁଛି ଆଲୋକେ ଏ ସାରା ଜଗତ

       ମନେ ମନେ ପ୍ରଭୁ ସ୍ମରେ ତୁମ ନାମ,

ଆକାଶେ ଉଏଁ ସୂର୍ଯ୍ୟ ଅନ୍ଧାର ନାଶି

         ତୁମେ ସକଳ ଶକ୍ତି ତୁମେ ପରମ।

ରଜନୀରାଣୀର କୋଳୁ

ତୁମେ ଦୀନବନ୍ଧୁ ଦୟାର ସାଗର

          କି ସୁନ୍ଦର ମଧୁମୟ ଏ ସଂସାର,

ତୁମ କୃପାରେ ପ୍ରଭୁ ସଚରାଚର

         ବହେ ଆନନ୍ଦର ଶୀତଳ ସମୀର।

ତରୁଲତା ଡ଼ାଳେ ଫୁଲର ସମ୍ଭାର

          ଝରଣାରୁ ଝର ବହେ ନିରନ୍ତର,

ପକ୍ଷୀ ଉଡ଼େ ତା' ପକ୍ଷ କରି ବିସ୍ତାର

       ହସି ଉଠେ ସୁନାର ସାରା ସଂସାର।

ରଜନୀରାଣୀର କୋଳୁ

ତୁମ କରୁଣାର ଆଶିଷ ବରଷେ

       ଜୀବନ ବିତେ ସବୁ କେତେ ହରଷେ,

ତୁମକୁ ଡାକେ ପ୍ରଭୁ ଦୃଢ଼ ବିଶ୍ବାସେ

        ହସ ଖୁସି ଶାନ୍ତି ପାଇବା ମାନସେ।

ତୁମେ ପ୍ରଭୁ ମହିମାମୟ ବ୍ରହ୍ମାଣ୍ଡେ

        ତୁମ ଲାଗି ପ୍ରାଣ ରହିଛି ଏ ପିଣ୍ଡେ,

ତୁମ କୃପାର ମୁଁ ଅଣୁ ମାତ୍ର ଖଣ୍ଡେ

          ତୁମଠୁ ଅନ୍ତର କରିବନି ଦଣ୍ଡେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract