STORYMIRROR

Amit Bal

Drama Romance Classics

3  

Amit Bal

Drama Romance Classics

ମନେପଡେ ମନକଥା ବିଶ୍ବାସର ପୃଥିବୀ

ମନେପଡେ ମନକଥା ବିଶ୍ବାସର ପୃଥିବୀ

1 min
188


କେବେ ଦିନେ କେଉଁ ଏକ ମନ୍ତ୍ର ମୁଗ୍ଧ ମୂହୁର୍ତ୍ତରେ

ଦିବସର ବିଦାୟ କାଳୀନ ଶୋଭାଯାତ୍ରା ଅବସରରେ

ତମ ସହ ଦେଖା ହୋଇଥିଲା ପ୍ରଥମ ଥର ମୋର,

ତମେ ଗଭାରେ ରଜନୀଗନ୍ଧା ପିନ୍ଧି ସତେ ଅବା

ଏକା ଏକା ମଜା ନେଉଥିଲ ବଉଳ ସଂଜର।


ମୋତେ ଚାହିଁ ତମେ ହସି ଦେଲ ଫୁଲ ପରି

ରାସ୍ତାର ଡାହାଣ ପାଖେ ଚାଲୁଥିବାରୁ କହିଲ ସରି

ଜାଣି ନଥିଲି ହସର ବି ରଙ୍ଗ ଥାଏ ବୋଲି

ତମକୁ ଦେଖି ହିଁ ଏକଥା ଅନୁଭବ ମୁଁ କଲି ।


ଭିଜିଥିଲି ମୁଁ ସେଦିନ ସାରା ରାତି ତୁମରି ସ୍ମୃତିରେ

ମହମହ ବାସୁଥିଲା ଜୀବନ ସ୍ବପ୍ନରେ ସ୍ବପ୍ନରେ

ବଡ଼ ଅସ୍ଥିର ହୋଇ ଉଠିଥିଲା ମନ

ନା କଟୁଥିଲା ରାତି ନା ବିତୁ ଥିଲା ଦିନ

ତମେ ଥିଲ ଅଜଣା ଫୁଲ ଟିଏ ମୋ ପାଇଁ

ଯାହାର ଠିକଣା ବି ମୋତେ ଜଣା ନାହିଁ ।


ହଁ ଅନାମିକା ମୋ ବିଶ୍ବାସର ପୃଥିବୀରେ

ତମେ ମୋ ନିଃଶ୍ବାସର ପ୍ରାମାଣିକ ଇତିହାସ

ମୁଠାଏ ମାଟି ଲାଗି ସଂର୍ଘଷ କରୁଥିବା ମଣିଷ ମୁଁ

ତମେ ଶୂନ୍ଯର ସ୍ଥପତି ବିସ୍ତୃତ ନୀଳ ଆକାଶ,

ମୋ ସ୍ବପ୍ନ ମାନଙ୍କୁ ସିନ୍ଦୁକରେ ତାଲା ପକାଇ

ତମେ ହଜିଯାଇଛ ଗପ ଆଉ କବିତାରେ

ମୁଁ କିନ୍ତୁ ଆଜିବି ଖୋଜୁଛି ତୁମକୁ ନିରନ୍ତର

ତମ ଗଭାର ମହ ମହ ମହକିତ ବାସ୍ନାରେ ।


        




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama