STORYMIRROR

Manoj Kumar Pradhan

Others

3  

Manoj Kumar Pradhan

Others

ଥିଲି ମୁଁ ନିଦରେ

ଥିଲି ମୁଁ ନିଦରେ

1 min
194

ଥିଲି ମୁଁ ନିଦରେ ମତେ 

ଏତେ ସଜଉ ଥିଲେ.....

ଭାରି ଆଦରରେ ମତେ 

ଗାଧଉ ଥିଲେ....

କେଜାଣି ସେ ଥିଲା କୋଉ ଅଜବ ଖେଳ 

ମୋ ଘରେ....

ଛୁଆଙ୍କ ଭଳି ମତେ 

କାନ୍ଧରେ ଉଠଉ ଥିଲେ....

ଯିଏ କେବେ ବି ଦେଖୁ ନଥିଲେ 

ସେନେହ ନଜରରେ...

ତାଙ୍କ ହୃଦୟରୁ ମମତା  

ମୋ ଉପରେ ଅଜାଡି ଦଉ ଥିଲେ.....

ଜଣା ନାଇ କାହିଁ ଆଶ୍ଚାର୍ଯ୍ୟ ଥିଲେ ସଭିଏଁ କିଏ 

ମତେ ଶୋଇବାର ଦେଖି....

ଜୋର ଜୋରରେ କାନ୍ଦିକି ମତେ ଉଠଉ ଥିଲେ...

ଥରି ଉଠିଲା ମୋ ଦେହ 

ସେ ଜାଗା ଦେଖି...

ଯୋଉଠି ମତେ ସବୁଦିନ ପାଇଁ ଶୁଆଉ ଥିଲେ...

ଭଲପାଇବାର ଗନ୍ଥାଘର ଥିଲା 

ଯାହା ହୃଦୟରେ ମୋ ପାଇଁ...

ତାଂକରି ଗେଲ ହାତରେ  

ଆଜି ମତେ ଜଳଉ ଥିଲେ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍