STORYMIRROR

Manoj Kumar Pradhan

Thriller

3  

Manoj Kumar Pradhan

Thriller

ବାପା

ବାପା

1 min
208

ସେ ଗରିବ ଚାଷୀ ଜଣଙ୍କ କିଏ ?

              ମୋର ସବୁ ଅଭିଳାଷକୁ ପୁରା କରେ,

ବଜାରରେ ଛିଡାହେଇ କହେ କଣ ଦରକାରତୋର

      ଜାଣିଛ ! ପୁଣି ହାତ ରଖି ଫଟା ପକେଟରେ ?


ଚିରା ପୁରୁଣାରେ ଗାମୁଛାରେ ବରଷ କାଟି

          ପର୍ବରେ ନୂଆ ନୂଆ ସେ ପିନ୍ଧେଇଛି ମତେ,

ଶୁଣିଛି ତାଙ୍କୁ କେବେ ଦରଦ ହୁଏନି

           ହେଲେ ଲୁଚିକି ଅନ୍ଧାରେ କାନ୍ଦିଛି କେତେ.


ଖରା,ବର୍ଷା ଓ ଶୀତକୁ ଚାଦର କରି

      ରକ୍ତକୁ ଝାଳ କରିଛି ସେ କଠୋର ପରିଶ୍ରମୀ,

ମୋ ଖୁସି କିଣି କିଣି କାହିଁକି ନିଜେ 

        ଖର୍ଚ୍ଚ ହେଇଗଲେ ସେ ଦାନବର ଅସ୍ତଗାମୀ।


ଆଶ୍ରିବାଦ ଖାଲି ବରଷେ କେବଳ

             ଗରଜୀ ନାହିଁ କେବେ ସେ ନିସ୍ଵାର୍ଥ ଝଡ଼,

ବିଶାଳ ଆକାର ହୃଦୟ ତାହାର

             ସେ ମୋ ବାପା ସ୍ବର୍ଗଠୁ ବି ଆହୁରି ବଡ଼।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller