ଭିକାରୁଣୀ ଭୋକ ମରଣ ସୁଖ
ଭିକାରୁଣୀ ଭୋକ ମରଣ ସୁଖ
ମରଣ ପଚାରିଲା ମତେ ଆଲୋ ଏ ସତୀ
ମୁଁ ଯଦି ଆସିଲେ ସ୍ୱାଗତ କରିବୁ କେମିତି
କହିଲି ପଥରେ ପୁଷ୍ପ ପକେଇ ହେ ଯମପତି
ଆସିବାରେ ଏତେ ଡେରି ହେଲା କେମିତି l
ପରିଚୟକୁ କେତେ ତରଶେ କଥା ହେବ ପାଇଁ
ସମ୍ପର୍କୀୟକୁ କେତେ ତଲାସେ ଦେଖିବାପାଇଁ
ଛିଣ୍ଡା ଫଠା ଲୁଗାରେ ସବୁ ବରଷ କାଟେ
କଟିଛି ଭୋକେ ଓଦା କନା ପକେଇ ପେଟେ l
କଟିଗଲା ଜୀବନଟା ମୋ ଭିକାରୁଣୀ ଭଳି
ସଜେଇବେ ମରଣରେ ମତେ ମହାରାଣୀ ଭଳି
ନୁଖୁରାଝୋଟ କେଶରେ ବାସନା ତେଲ ଲଗେଇ
କ୍ରିମ- ପାଉଡର ରେ ଶୁଖିଲା ମୁହଁକୁ ବାଗେଇ l
ମଇଳା ଦେହରେ ପିନ୍ଧେଇ ଧଳା ବସନ
ବେକେ ଫୁଲହାର ମଥାରେ ଦେଇ ଟୀକା-ଚନ୍ଦନ
ସଜେଇ କୋକେଇରେ ନେଇଯିବେ ଶୁଆଇ
କ୍ରିୟା-କର୍ମେ ଅନେକ ବ୍ରାହ୍ମଣ-ଲୋକଙ୍କୁ ଖୁଆଇ l
ରକତଠୁ ନେଇ ଲେଖା-ଯୋଖା ଯେତେ ଦମ୍ପତି
ମୋ ବିଦାଇରେ ବାଣ୍ଟି ନେଇଯିବେ ସବୁ ସମ୍ପତି
ଏଇ ଟିକେ ସୁଖ ପାଇଁ ବସିଥିଲି ବାଟକୁ ଚାହିଁ
ଏଇ ଦିଗହରା ମନ ମୋର ବାଟ ବଣା ହେଇ l
ଭିକାରୁଣୀର କେବେ ହେବ ଅଗ୍ନିପୁରେ ଅଭିଷେକ
ଡହଳ ଭୋକଟୁ ଅନେକ ଭଲହବ ମରଣ ସୁଖ l