ତମେ ଆଉ ମୁଁ
ତମେ ଆଉ ମୁଁ
ଜହ୍ନରେ ଭାର ଦେଇ ଝୁଲ ତୁମେ ଫୁଲ ଭଳି,
ଧରାରେ ଭାରିହୋଇ ପଡିଛି ମୁଁ ପଥରଠୁ ବଳି।
କାହିଁକି କହୁଥିଲ ପ୍ରିୟା ଯେ ତୁମେ ମୋ ଦୁନିଆଁ,
ପରିରାଇଜକୁ ଆଦରିଲ ପରିବାରେ ଲଗେଇ ନିଆଁ ।
ଏ କୋଳାହଳରେ ଛାଡିଚାଲିଗଲ ଶାନ୍ତିର ଶୂନ୍ୟତାକୁ,
ଓଲ୍ହେଇ ଆସ ଦେଖିବ ବେଦନା କୋହର ଗଭୀରତାକୁ ।
ଚାଲିଗଲ ସିନା ସଜେ ଧୋବବସନେ ଫୁଲ କାଠରେ,
ଜୋସ୍ନାରେ ଆସି ଦେଖ କେତେ କଣ୍ଟା ମୋ ବାଟରେ ।
ବହୁତ ଖୁସି ଲାଗୁଚି ଦେଖି ତୁମକୁ ତାରକା ମେଳେ,
ମେଘ ପଛେ ଲୁଚି ଯାଅ ନଜର ଲାଗିଯିବ କାଳେ ।