ସାଥୀ ତୁମେ ମୋ ଖୁସି
ସାଥୀ ତୁମେ ମୋ ଖୁସି
ଜୀବନର ଅସରନ୍ତି ଚଲାପଥେ
ଉଚ୍ଚ ନୀଚ୍ଚ ଖାଲ ଖମା କେତେ
ସେ ପଥ ପ୍ରାନ୍ତର ଆରମ୍ଭ ଓ ଶେଷ
ଖୋଜିବାଟା ନିରର୍ଥକ
ସେ ଅସମତଳ ପଥେ ତୁମେ ଥିଲେ ସାଥୀ
ସବୁ ଆପେ ଆପେ ସମତଳ ହୋଇଯାଏ
ଜଣାପଡେ ନାହିଁ ବନ୍ଧୁର ପଥ ନରମି ଯାଏ
ସାଥୀ ତୁମେ ମୋ ଖୁସି
ତୁମେ ଥିଲେ ପାଶେ ମୋର
କାହିଁକି କେଜାଣି ଏକ ଅଦ୍ଭୁତ ଶିହରଣ
ଜାଗିଉଠେ ମନେ ମୋର
ତୁମରି ଶୀତଳ ସ୍ପର୍ଶର ଖେଳିଯାଏ
ଏକ ଅପୂର୍ବ ହିଲ୍ଲୋଳ
ତୁମ ମହକରେ ଭରିଉଠେ ହୃଦେ ମୋର
ଫଗୁଣର ଭିଜା ଭିଜା ରଙ୍ଗ ଅବିର
ହୃଦୟର ନିଭୃତ କୋଣରୁ
ବିଛୁରି ପଡେ ଫୁଆରା ପ୍ରୀତିର ।

