STORYMIRROR

Prahallad Sahoo

Romance Fantasy Thriller

3  

Prahallad Sahoo

Romance Fantasy Thriller

ସାଥୀ ତୁମେ ମୋ ଖୁସି

ସାଥୀ ତୁମେ ମୋ ଖୁସି

1 min
163

ଜୀବନର ଅସରନ୍ତି ଚଲାପଥେ

ଉଚ୍ଚ ନୀଚ୍ଚ ଖାଲ ଖମା କେତେ

ସେ ପଥ ପ୍ରାନ୍ତର ଆରମ୍ଭ ଓ ଶେଷ

ଖୋଜିବାଟା ନିରର୍ଥକ

ସେ ଅସମତଳ ପଥେ ତୁମେ ଥିଲେ ସାଥୀ

ସବୁ ଆପେ ଆପେ ସମତଳ ହୋଇଯାଏ

ଜଣାପଡେ ନାହିଁ ବନ୍ଧୁର ପଥ ନରମି ଯାଏ

ସାଥୀ ତୁମେ ମୋ ଖୁସି 

ତୁମେ ଥିଲେ ପାଶେ ମୋର 

କାହିଁକି କେଜାଣି ଏକ ଅଦ୍ଭୁତ ଶିହରଣ

ଜାଗିଉଠେ ମନେ ମୋର

ତୁମରି ଶୀତଳ ସ୍ପର୍ଶର ଖେଳିଯାଏ

ଏକ ଅପୂର୍ବ ହିଲ୍ଲୋଳ

ତୁମ ମହକରେ ଭରିଉଠେ ହୃଦେ ମୋର

ଫଗୁଣର ଭିଜା ଭିଜା ରଙ୍ଗ ଅବିର

ହୃଦୟର ନିଭୃତ କୋଣରୁ

ବିଛୁରି ପଡେ ଫୁଆରା ପ୍ରୀତିର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance