ପର୍ବତ ପଥରେ ଯାତ୍ରା
ପର୍ବତ ପଥରେ ଯାତ୍ରା
କେତେ ପଥ ହୁଏ ଚାଲିବାକୁ ଏଠି,
କେତେ କେତେ ଥାଏ ଗନ୍ତବ୍ୟସ୍ଥଳ,
ପ୍ରତି ଯାତ୍ରା ଏକ ଭିନ୍ନ ଅଭିଜ୍ଞାତା,
କେବେ ବିଚ୍ଛେଦ କେବେ ହୁଏ ମେଳ I
କେବେ ପ୍ରିୟଜନ ବନ୍ଧୁ ସହୋଦର,
ସାଥିରେ ପୁଣି କେବେ ଅପରିଚିତ,
ଜୀବନ ଯାତ୍ରାରେ ଭ୍ରମଣ ଯାତ୍ରାଟି,
ଆନନ୍ଦ ଆଣେ ମନେ ଅସୀମିତ I
ପର୍ବତର ଯେବେ ମିଳେ ନିମନ୍ତ୍ରଣ,
କିଏ ପ୍ରତ୍ୟାଖାନ,କରି ପାରିଛି,
ଗିରିର କୁହୁକ ଯୁଗ ଯୁଗ ଲାଗି
ମଣିଷ ମନକୁ ପରା ଘାରିଛି I
ଲାଗୁ ଯେତେ ଭୟ ଉଚ୍ଚ ଘାଟି ପଥ,
ଭରି ଥାଉ ଯେତେ ଅରଣ୍ୟ ଘନ,
ପାଲଟେ ପ୍ରତ୍ୟେକ ମୁହୂର୍ତ୍ତ ନିଆରା,
ପର୍ଯ୍ୟଟନ କରେ ଆତ୍ମା ପ୍ରସନ୍ନ I
ପଥ ହେଉ ଯେତେ ଜଟିଳ ସର୍ପିଳ,
ଲାଗେ ଯାତ୍ରା ସରସ ମନୋହର,
ସହଯାତ୍ରୀ ଯଦି ମିଳେ ମନ ବୁଝା,
ସ୍ମୃତି ଗଢି ଯାଏ ପ୍ରତି କ୍ଷଣର I

