STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ରହସ୍ୟ

ରହସ୍ୟ

1 min
145


ରହସ୍ୟ ଗନ୍ତାଘର ପୃଥିବୀ

ଗ୍ରହ ନକ୍ଷତ୍ର ଗ୍ରହାଣୁପୁଞ୍ଜ

ଆକାଶ ସମୁଦ୍ର ସୂର୍ଯ୍ୟ ଚନ୍ଦ୍ର

ଦିନର ଆଲୋକ ରାତିର ଅନ୍ଧକାର

କିଏ ଗଢିଲା ପାହାଡ ପର୍ବତ ଶିଖର

କୋଇଲିର କଣ୍ଠେ ମିଠା କୁହୂ

ଶୀତ ସକାଳର ଜାଡ ଉହୂ

ବର୍ଷା ବିଜୁଳି ଚଡଚଡ଼ି ଘଡଘଡି

ନିତି ଫୁଟି ଫୁଲ କାହିଁ ଯାଏ ଝଡି

ଆବେଗ ଉଦବେଗ ଆଶା ଓ କାମନା

ପ୍ରଜାପତିର ରଙ୍ଗେ ମନ ଏତେ ଆନମନା

ପକ୍ଷୀ ମାଛ ଗଛ ଲତା ପ୍ରକାଶ

ବୃକ୍ଷ ନଦୀ ହ୍ରଦ ଝରଣା ବିଶ୍ୱାସ

ତାରା ସାଥେ ଜହ୍ନ ଆକାଶର

ମାଆ ମାଟି ଫଳାଇ ଶସ୍ୟ ଅପାର

ଗାଈ ଛେଳି ମଇଁଷି କୁକୁଡ଼ା ବତକ

ଗୃହପାଳିତ ପଶୁ ଓ ଜଙ୍ଗଲ ଜାତକ

ବନ ବନାନୀ ଉପତ୍ୟକା ପଥୁରିଆ

ସାଗର ଚିଲିକା ବକ୍ଷ ଏତେ ଯେ ଲୁଣିଆ

ରହସ୍ୟ ଫିଟୁ ଫିଟୁ ଆୟୁଷ ଶେଷ

ରହସ୍ୟ ପର୍ଦାଫାସ ଥିଲା ଯାଏଁ ନିଶ୍ବାସ

ଶେଷ ପରିଣତି ଈଶ୍ୱରଙ୍କ ଉପସ୍ଥିତି ବିଶ୍ୱାସ

ନିଶ୍ବାସ ଥିବାଯାକେ ବା ଓ ବତାସ

ଜୀବନ ରହସ୍ୟର ତୁମେଇତ ସର୍ବସ୍ବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract