STORYMIRROR

Niranjan Mishra

Thriller

3  

Niranjan Mishra

Thriller

ସଂଘର୍ଷ

ସଂଘର୍ଷ

1 min
155


ମାନବ ଜୀବନ ନୁହଇ ସରଳ

ଉପରେ ଦେଖୁଛ ଯାହା।

ଘାତ ପ୍ରତିଘାତ ଦେଇ ସିଏ ଆଜି

ହୋଇଛି ଆଗରେ ଠିଆ ।୧।

ଜୀବନ ଯାତ୍ରାରେ କେତେ ଯେ

ସଂଘର୍ଷ କରିବାକୁ ପଡିଥାଏ ।

ଅନୁଭବୀ ବିନା କେ ତାହା ଜାଣିବ

ବୁଝିବ ତା ଅବା କିଏ  ?୨।

ଜନମ କାଳରୁ ପ୍ରତି ପଦେ ପଦେ

ଚାଲି ଆସିଛି ସଂଘର୍ଷ ।

ସମୟ ସ୍ରୋତରେ ହୋଇଛି ବିଲୀନ

ଗଡି ଚାଲେ ଦିନ ମାସ ।୩।

ବରଷ ବରଷ ହୋଇ କାଳ ସ୍ରୋତ

ସବୁ ତ ଭସାଇ ନିଏ ।

କାଲି ଯାହାଥିଲା ସଂଘର୍ଷ ଆଜି ତା

ଅପରୂପ ରୂପ ନିଏ  ।୪।

ସଂଘର୍ଷ ବିହୀନ ଜୀବନ କେବେହେଁ

ବଞ୍ଚିବାରେ ସୁଖ ନାହିଁ।

ସଂଘର୍ଷର ଅନ୍ତ ହୋଇଲେ ନିଶ୍ଚିତ

ମହା ଆନନ୍ଦ ମିଳଇ ।୫।

ଚାଲୁ ରହିଥିବ ଜୀବନ ସଂଘର୍ଷ

ଜୀବନର ଅନ୍ତ ଯାଏଁ ।

ଜୀବନର ଅନ୍ତେ କି ସଂଘର୍ଷ ହେବ

ତାହା ବା ଜାଣିବ କିଏ ?୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller