ଯାଦୁ
ଯାଦୁ
ଯାଦୁ କରିବାରୁ ନାମ ଯାଦୁକର
ଯାଦୁରେ ସେ ଧୁରନ୍ଧର,
ଯାଦୁବଳେ ସିଏ ମନ କିଣି ନିଏ
ଦର୍ଶକ ହୁଏ ବିଭୋର l
ପଢ଼ିଅଛୁ ଆମେ ପୁରାଣ ପୃଷ୍ଠାରୁ
କେତେ ଯାଦୁକର କଥା,
କାହାଣୀ ଶୁଣିଲେ ଯାଦୁ ନଗରୀର
ଘୁରିଯାଏ ଆମ ମଥା l
ଯାଦୁରେ ନଅର ଜଳ ମଧ୍ୟେ ସୃଷ୍ଟି
କେତେ ପର୍ବତ ଉପରେ,
କେଉଁ ଯାଦୁକର ଆକାଶର ଶୂନ୍ୟେ
ମନ୍ଦିର ନିର୍ମାଣ କରେ l
କାଉଁରୀ କାଠିର ପରଶରେ ଯାଦୁ
ଅସାଧ୍ୟ କରେ ସାଧନ,
ମଣିଷକୁ ପଶୁ ପଶୁକୁ ମଣିଷ
ପାଗେ ହିଁ ପରିବର୍ତ୍ତନ l
ଚକ୍ଷୁବନ୍ଧନେ ସେ ଇନ୍ଦ୍ରଜାଲ ବୁଣେ
ରହି ଦର୍ଶକ ପାଶର,
ମୋହିନିଏ ମନ ଭେଳିକି ଲଗାଇ
ଯାଦୁ ହିଁ ଆଶ୍ଚର୍ଯ୍ୟକର l
କୃଷ୍ଣଚନ୍ଦ୍ର ପରା ମହା ଯାଦୁକର
ଲୁଚାଇଲେ ଦିନକର,
ରାଧା ପ୍ରେମ ପାଇଁ ଭୁତ ହେଲେ ପ୍ରଭୁ
ପୁଣି ନାବିକ ନାବର l
ପିସି ସରକାର ମହା ଯାଦୁକର
ଯାଦୁ ଦେଶବିଦେଶର,
ଯାଦୁ ବିଦ୍ୟା ବଳେ ପିଏଲ ସୁନ୍ଦରକା
ମୋହେ ଜନମାନସରେ l
ଦେବତା ରାକ୍ଷସ ଯାଦୁମାୟା ବଳେ
ଦେଖାନ୍ତି ପରାକ୍ରମର,
ନର ପାଇଁ ସାଜେ ଆଜି ସମାଜରେ
ଯାଦୁ ଶିକ୍ଷା ଭୟଙ୍କର l
ମିଛ ମାୟା ଛଳେ ଯାଦୁ ଭରପୁର
କପଟରେ ସୌଦାଗର,
ଏ ଯାଦୁର ପାଶେ ନ ରଖି ମନକୁ
ଜପ କୃଷ୍ଣ ଯାଦୁକର l
