STORYMIRROR

Bharatabandhu Biswal

Action Inspirational Thriller

4  

Bharatabandhu Biswal

Action Inspirational Thriller

ବରଷିବ ପୁଷ୍ପ ବିଜୟ ମାର୍ଗେ

ବରଷିବ ପୁଷ୍ପ ବିଜୟ ମାର୍ଗେ

1 min
238


ଡାକେ ହିମାଳୟ ଜାଗ ଭାରତୀୟ

ଦୁର୍ଜୟ ଶୂର ମୋ ବୀର କ୍ଷତ୍ରୀୟ 

ଧୋଇଦିଅ ବକ୍ଷୁ ଅନୀତି ଅନ୍ଯାୟ

ହେଉ ପାପରାଶି ବିଲୟ କ୍ଷୟ ।

ଦେଖାଉଛି ଆଖି ମ୍ଳେଛ ନରାଧମ

ଚଳାଉଛି ଧ୍ବଂସ ଦମନ ଲୀଳା

ବଢାଏ ଉତ୍ପାତ ଅରାତି ପିଶାଚ

ଦୁଃସହ ଭୀଷଣ ଯନ୍ତ୍ରଣା ଜ୍ବାଳା ।

ଜନ୍ମଦାତ୍ରୀ ତୋର ବୀର ପ୍ରସବିନୀ

ବିରଜା ଭୂମାତା ଦେବୀ ଗୋମାତା

ମାତୃଭାଷା ଗୁରୁ ଭାଷା ସୁସଂସ୍କୃତି

ହୀନିମାନ ଧର୍ମ ମାତା ପୀଡିତା ।

ଜଗାଅ ତୋ ଶକ୍ତି ସୂର୍ଯ୍ଯ ଦୀପ୍ତିମନ୍ତ

ନୁହେଁ ହୀନବୀର୍ଯ୍ଯ ତୁ ଶକ୍ତିମାନ

ସଂହାର ଶତ୍ରୁଙ୍କୁ ବଳ ଶତସିଂହ

ପୁକାରେ ଭାରତ ଦେଶ ମହାନ ।

ତେଜି ନିଦ୍ରାତନ୍ଦ୍ରା ଆଳସ୍ୟକୁ ହେଳେ

ବଜାଅ ଦୁନ୍ଦୁଭି ତୂର୍ଯ୍ଯନାଦେ

ଭରି ଜୟକାର ହୁଅ ଅଗ୍ରସର

ବରଷିବ ପୁଷ୍ପ ବିଜୟ ମାର୍ଗେ ।

    


Rate this content
Log in

Similar oriya poem from Action