STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଶୈବପୀଠେ ଜାଗର

ଶୈବପୀଠେ ଜାଗର

1 min
330


ଆସ ଯିବା ସାଙ୍ଗ ଶିବ ମନ୍ଦିର, ଜାଳିବା ଜାଗର

ଆଜିତ ଶୁକଳ କୃଷ୍ଣ ଚତୁର୍ଦ୍ଦଶୀ, ଭଜ ଶିବ ପଞ୍ଚାକ୍ଷର

ଆସ ଯିବା ସାଙ୍ଗ ଶିବ ମନ୍ଦିର, ଆସ ଯିବା ସାଙ୍ଗ ।। 


ସେତ ଅକର୍ମ କର୍ମ ଦାୟକ, ସେତ ବୁଝନ୍ତି ଦୁଃଖିର ଦୁଃଖ

ଆରାଧନା, ମନ୍ତ୍ରେ ତାଙ୍କୁ ଜପ କଲେ,

ଦିଅନ୍ତି ଅଭୟ ବର, ଆସ ଯିବା ସାଙ୍ଗ...।।


ମହୁଲିଆ ଶୀତ ପବନରେ, ଶିରିଶିରି ଶୀତ ଦେହ ଥରେ

ସକାଳୁ ସକାଳୁ ସ୍ନାହାନ ସାରିଣ,

ତୋଳିବା ବେଲ ପତର, ଆସ ଯିବା ସାଙ୍ଗ...।।


ଗୟଶ ମାଳ ବେଲପତର,ସେବତୀ,ଅଶୋକ,ନାଗେଶ୍ଵର

ଚମ୍ପା ଚାମେଲି ଘଜରା ଶମ୍ଭୁ ଗଳେ

କିଆ, କେତକୀ ର ହାର, ଆସ ଯିବା ସାଙ୍ଗ...।।


ଅଗ୍ରେ ଶାୟିତ ନନ୍ଦିକେଶ୍ଵର, ଗଣେଶ ସଙ୍ଗେ କାର୍ତ୍ତିକେଶ୍ଵର

ହିମାଦ୍ରି ତନୟା ଶଙ୍କର ବାମା

ତହିଁ କରୁଥାନ୍ତି ବିହାର. ଆସ ଯିବା ସାଙ୍ଗ...।।


ଜାଗର ଦୀପ ଦେବା ଜଳାଇ, ନିର୍ଜଳା ଉପବାସ ରେ ରହି

ଉଜାଗର ରହି ଶିବ ମନ୍ତ୍ର ଗାଇ

ତୋସିବା ଭୋଳା ଶଙ୍କର, ଚାଲ ଯିବା ସାଙ୍ଗ...।।


ଧର୍ମୀୟ ଭାବ ଆମ ସଂସ୍କୃତି, ଘୋର ଅନ୍ଧାର ର ମହା ରାତି

ଆଲୋକିତ କରିବା ଜାଗର ଜାଳି

ଯାଉ ଅଜ୍ଞାନ ଅନ୍ଧାର, ଆସ ଯିବା ସାଙ୍ଗ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller