ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ.
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ.
ମାର୍ଚ୍ଚ ମାସର ପାଞ୍ଚ ତାରିଖ ଟି
ଜନ୍ମ ଦିବସ ତୁମର
ଉତ୍କଳର ବରପୁତ୍ର ବିଜୁ ବାବୁ
ଘେନ ମୋର ନମସ୍କାର ।
ତୁମ ଜନ୍ମ ଦିନ ପଞ୍ଚାୟତରାଜ
ଦିବସ ରୂପେ ପାଳିତ
କରୁଛନ୍ତି ସର୍ବେ ତୁମରି ସ୍ମୃତିରେ
ଶ୍ରଦ୍ଧାରେ ହେ ଭୂମିପୁତ୍ର ।
ନିର୍ଭୀକ, ସାହସୀ, ଦକ୍ଷ ରାଜନେତା
ତୁମ ପରି କେହି ନାହିଁ
ଝଡର ଈଗଲ ପ୍ରବାଦ ପୁରୁଷ
ନାମ ଥିଲ ତୁମେ ବହି ।
ସୁଦକ୍ଷ ପାଇଲଟ ଭାବରେ ତୁମେ
ଇଣ୍ଡୋନେସିଆକୁ ଯାଇ
ଆକାଶ ପଥରେ ଗୃହବନ୍ଦୀ ନେତା ଙ୍କୁ
ଆଣିଥିଲ ଉଡାଇ ।
>
ଯେତେ ରାଜନେତା ଥିଲେ ଓଡ଼ିଶାରେ
ସବୁଠୁ ତୁମେ ଅଲଗା
ମୋ ଓଡିଶା ବୋଲି ତୁମରି ମୁହଁରେ
ଥାଏ ଯେ ସଦା ସର୍ବଦା ।
ଓଡିଶାକୁ ତୁମେ ପାଉଥିଲ ଭଲ
ଉନ୍ନତି ପଥରେ ନେଲ
ସବୁ ଓଡ଼ିଆଙ୍କ ହୃଦୟ ଭିତରେ
ଚୀର ଦିନ ରହିଗଲ ।
ବଳିଷ୍ଠ ଚେହେରା ଦେଖିଦେଲେ ଦୂରୁ
ଶତ୍ରୁ ଶଙ୍କି ଯାଉଥିଲେ
ଗାନ୍ଧୀ, ଗୋପବନ୍ଧୁ, ନେହେରୁ, ଇନ୍ଦିରା
ସାଙ୍ଗେ କାମ କରୁଥିଲେ ।
ସତଚାଳିଶିରୁ ସତାନବେ ଯାଏ
ଦେଶ ମାତୃକା ସେବାରେ
ଲାଗିଥିଲ ତୁମେ ହେ କଳିଙ୍ଗ ବୀର
ଜନ୍ମମାଟି ଆଜି ଝୁରେ ।