କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି
କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି
କଟକ ଜିଲ୍ଲା ପୁରୁଷୋତ୍ତମପୁର
ଗାଆଁରେ ଜନ୍ମିତ ଜଣେ,
ଓଡ଼ିଆ ଲେଖକ ସେ ରାଜନେତା
ବୁଦ୍ଧ କାହାଣୀ ଗପରେ ଗପରେ ଶୁଣେ ।
ଏକାଧାରରେ ସାହିତ୍ୟିକ, ସ୍ତମ୍ଭକାର
ରାଜନୀତିଜ୍ଞ,ସମାଲୋଚକ,
ସାମାଜିକ ଚିତ୍ର ରୂପରେଖରେ ଧୂରୀଣ
ସାମ୍ବାଦିକ ଶବ୍ଦ ସମ୍ଭାର ଗୁଣେ ।।
ଘଟଣା, ଅଘଟଣ ଲେଖନୀରେ ସେ ଜଣେ
ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ନାମେ ।।
'ଶେଷ କବିତା', ହଂସଗୀତି (୧୯୭୫)
ପଢୁଥିବା ଉପନ୍ୟାସ 'ନେତି ନେତି'(୧୯୮୨)
'ବଧୁ ଓ ପ୍ରିୟ',ସହସ୍ର ଶଯ୍ୟାର ନାୟିକା (୧୯୫୨)
'ଦୁଇ ସୀମାନ୍ତ',ଅନ୍ଧ ଦିଗନ୍ତ (୧୯୬୪)
'ମାଂସର ପ୍ରଳାପ କୋଣାର୍କ',କଲେଜବୟ(୧୯୪୭)
'ଶତାବ୍ଦୀର ସୂର୍ଯ୍ୟ',ନୀଳାଦ୍ରି ବିଜୟ(୧୯୮୦)
ନୀଳଶୈଳ(୧୯୬୯),କାଳାନ୍ତର','ଅଚଳାତନ'
ସବୁ ଯେତେ ଉପନ୍ୟାସ ହୁଏ ସ୍ମରଣ ।।
ପ୍ରକାଶ ପାଇ ପ୍ରଥମ ଗପ 'ବନ୍ଦୀ'
'ଉତ୍କଳ ସାହିତ୍ୟ' ପତ୍ରିକାରେ ହେଲା ଛନ୍ଦି ।
ସଚ୍ଚିଦାନନ୍ଦ ରାଉତରାୟଙ୍କ ପତ୍ରିକା 'ଆରତି'
ପ୍ରକାଶ ପାଏ ତହିଁ ଦ୍ୱିତୀୟ ଗପ 'ମଣିଷ ଓ ଅର୍ଥନୀତି' ।।
ଗଳ୍ପ ତାଙ୍କର 'କୃଷ୍ଣଚୂଡ଼ା'
ଅଳ୍ପ ଶୁଣି ବୃକ୍ଷଡାଳେ
କଳ୍ପ 'ମହାନଗରୀର ରାତ୍ରି' ଛଳେ
ରୁଟି ଓ ଚନ୍ଦ୍ର, କବି ଓ ନର୍ତ୍ତକୀ
'ସବୁଜପତ୍ର ଓ ଧୂସର ଗୋଲାପ'
ସତେ ଯେମିତି ଶୁଣେ ଆଈମା'ଙ୍କ କୋଳେ
ମରାଳର ମୃତ୍ୟୁ,ମହା ନିର୍ବାଣ
'ଶେଷ କବିତା' କେତେ ଯେ କଣ ?
'ରାଜଧାନୀ',ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ
ଗପଟି ଶୁଣିବା ପଢିବା ନାତି ନାତୁଣୀ ଗଣ ।।
ସମ୍ବାଦର ସେ ପ୍ରଥମ ସମ୍ପାଦକ,
ଯାହା ପଢୁଥିଲେ ଅନେକ ଲୋକ ।
ସମ୍ପାଦନା କଲେ ବିଜ୍ଞ ସାମ୍ବାଦିକ
ଜନତା,ଗଣତନ୍ତ୍ର,କଳିଙ୍ଗ ।।
ଧନ୍ଯ ଧନ୍ଯ ତୁମେ ଉତ୍କଳ କୁମର,
ତୁମ ଲେଖା ଓ ଲେଖନୀ ଯା ଅମର ।
'ପଥ ଓ ପୃଥିବୀ' ତୁମ ଆତ୍ମଚରିତ(୧୯୮୭)
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ।
ଶବ୍ଦ ସମ୍ଭାର ଦେଇ କି ସୁନ୍ଦର,
ଗଳ୍ଫ ସଙ୍କଳନ ଉପନ୍ୟାସ ମନ୍ତ୍ରର ।
କର୍ଣ୍ଣେ ଫୁଙ୍କି ଦେଲ କେତେ ଯେ ସରଳ,
ଯା ଗୁଣ ଗାଉଛି ଆଜିର ଉତ୍କଳ।
ଗପ ଯେ ଲେଖିଛି କୁଟୀରେ ସୁରେନ୍ଦ୍ର,
ଶୁଣିବ ଯେତିକି ପଢିଲେ ଲାଗିବ ଆନନ୍ଦ।।
