STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ଜାଗର

ଜାଗର

1 min
340


ଜାଗର ଏକ ତୃପ୍ତି ଓ ପ୍ରଶାନ୍ତି

ବେଲପତ୍ର ଦୁଦୁରାରେ କାନ୍ତି

ଶିବ ଶଙ୍କରଙ୍କ ଆତ୍ମତୃପ୍ତି ଓ ଭକ୍ତି

ପଙ୍କଉଝଳା ଏକାଦଶୀ ତିଥି

ଜାଗର ଚୁଡାଘସା ପ୍ରସାଦ ପ୍ରାପ୍ତି

ଶିବ ଶିବା ଜପ ତପ ଆଣେ ଶୁଶୁପ୍ତି

ଶିବଙ୍କ ଦିବ୍ୟ କାନ୍ତି ଜାଗର ଜାଳି ଭକ୍ତି

ମହାଦୀପ ଉଠିଲେ ଆତ୍ମତୃପ୍ତି

ଗୋଟେ ଦିନ ବରଷକେ ଜାଗର ଆସକ୍ତି

ଦିଏ ଶାନ୍ତି ବଢ଼ାଏ ଭକ୍ତି ମିଳେ ତୃପ୍ତି

ନଥାଏ ପାଇବାର ଆସକ୍ତି

କେବଳ ବିଭୁ କୃପା ଅସରନ୍ତି

ଚେନାଏ ମିଳୁ ମହାବାହୁ ରହୁ ତୁମ୍ଭ ଖ୍ୟାତି

ଶ୍ରଦ୍ଧାଳୁ ଆସିବେ ଯିବେ ତୁମେ ଥିବ ଏମିତି

କଳି ଦ୍ୱାପର ସତ୍ୟ ଆସୁଥିବଯାଉଥିବ 

ହେଉଥିବ ନୀତି ଓ କାନ୍ତି

ଅସୁର ସଂହାରି ବିଷ ପାନ କରି

ରକ୍ଷା କଲ ଦେବଗଣ,ତୁମ୍ଭ ଆତ୍ମବୃତ୍ତି

ଜାଳି ଜାଗର ତୁମ ସହ ଭାବ ଦେବାକୁ ଗତି ମୁକ୍ତି

ଲୋଡ଼ା ନାହିଁ ଧନ ମାନ ସମ୍ମାନ ତୁମ ଇଛା ଶକ୍ତି

ହାତ ପାତି ମାଗୁଛି ନୀତି ଦିଅ ପ୍ରଭୁ ଶେଷରାତି

ତୁମ୍ଭ କରୁଣାରୁ ଊଣା ନହେଉ ମଣିମା ଡାକେ ଦିବାରାତ୍ରୀ

ଜାଗରରେ ଜାଗରଣ କରିଦିବ୍ୟ ଅନୁଭୂତି

ଜାଳି ସଞ୍ଜବତୀ ପାହିଯାଉ ରାତି

ଦିବ୍ୟ ଦୁନ୍ଦୁଭି ବାଜିଉଠୁ ଶିବଙ୍କ ଡମ୍ବରୁ ହେ ଶିବା ପତି

ପାପ ଦୂରେଇ ଅସୁର ସଂହାରି ଦିଅ ଆଲୋକ ସଂଗତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract