STORYMIRROR

Kabiratna Nutan Kumar Behera

Tragedy Classics Thriller

4  

Kabiratna Nutan Kumar Behera

Tragedy Classics Thriller

ମନର ବନେ ଲାଗିଲେ ନିଆଁ

ମନର ବନେ ଲାଗିଲେ ନିଆଁ

1 min
278


ମନର ବନେ ଲାଗିଲେ ନିଆଁ

ଜଳେ ସେ ଯେତିକି ଜଳାଏ ତା'ଠୁ ବେଶି

ଘର ପୁରଠାରୁ ସାରା ଦୁନିଆଁ

ପାଏନା ସେ ଶାନ୍ତି ଦିଏନା ମଧ୍ୟ ଶାନ୍ତି

ଅଣନିଃଶ୍ବାସୀ କରାଏ ପରିବେଶକୁ

କୁହୁଡାଉ ଥାଏ ତାର ଦୂଷିତ ବିଷାକ୍ତ ଧୂଆଁ

ସୃଷ୍ଟିର ସୁରକ୍ଷା ଲାଗି ପ୍ରକୃତିରେ

ଜଙ୍ଗଲଟିଏ ହୋଇଥାଏ ସାହା ଭରସା

ଦିଏ ନିୟମିତ ବର୍ଷା ଯୋଗାଏ ଅମ୍ଳଜାନ

ପ୍ରଦୂଷଣ ମୁକ୍ତ କରି ବାୟୁମଣ୍ଡଳକୁ 

ସୁରକ୍ଷା କରିଥାଏ ଜୀବ ଜଗତର ଜୀବନ

ସବୁଜ ବନାନୀର ବୃକ୍ଷଲତା ଗୁଳ୍ମ ଫଳ ମୂଳ

ପଶୁପକ୍ଷୀ ଜୀବଜନ୍ତୁ ସଂସାର ପାଇଁ ସବୁ ଲୋଡ଼ା

ଜଙ୍ଗଲରେ ଲାଗିଲେ ନିଆଁ ହୁଏ ତା' ଧ୍ବଂସ

ବାଧାପ୍ରାପ୍ତ ହୁଏ ଜୀବନର ବିକାଶ ପ୍ରକାଶ

କେବେ ଲାଗେ ନିଆଁ ପ୍ରାକୃତିକ ଭାବେ

କେବେ ହୁଏ ସେ ମନୁଷ୍ୟକୃତ

ପ୍ରକୃତିକୁ ନିୟନ୍ତ୍ରଣ କରିବା ନୁହଁଇ ସମ୍ଭବ

ମାତ୍ର କୃତ୍ରିମ ଉପାୟ ଯା' ଦ୍ବାରା ଘଟେ

ତାକୁ ରୋକିବାକୁ ଚାହିଁଲେ ହୋଇଥାଏ ସମ୍ଭବ

ମଣିଷର ମନରେ ତ ଲାଗିଛି ନିଆଁ

ପାଇବାକୁ ଅଧିକରୁ ଅଧିକ ସୁଖ ଶାନ୍ତି

କାମନାର ନିଆଁରେ ହିଁ ଜଳି ଚାଲିଛି

ନ ଭାବି ଚିନ୍ତି ପାଲଟି ଯାଏ ସେ ଭସ୍ମାସୁର

ପରୀକ୍ଷା ନିରୀକ୍ଷା କରୁ କରୁ ନିଜକୁ

ନିଜେ ହିଁ ନିଜ ପାଇଁ ଡାକି ଆଣୁଛି ତା' ମରଣ

ହୁଏ କେତେ ବାରଣ କିଏ ବା କରୁଛି ପାଳନ

ମୂଲ୍ୟବାନ ଜୀବନ ହୁଏ ଅକାରଣ

ମନର ବନେ ଲାଗିଲେ ନିଆଁ

ନହେବା ଯାଏଁ ଜ୍ଞାନର ବର୍ଷାଜଳେ ନିର୍ବାପିତ

ସେ ଯାଏଁ ଜଳୁଥିବ ଜଙ୍ଗଲ ସାରା

ପ୍ରମାଦ ଗଣୁଥିବ ମଣିଷ ହୋଇ ଆତଙ୍କିତ

ରହିବାକୁ ସୁଖ ଶାନ୍ତି ଆନନ୍ଦରେ

ସ୍ଵାର୍ଥର କାମନାରୁ ହେବାକୁ ପଡ଼ିବ ମୁକ୍ତ

ଲିଭିଲେ ମନରୁ ନିଆଁ ଲିଭିବ ଜଙ୍ଗଲରୁ

ମଣିଷ ଲାଗି ହସ ଖୁସିର ହେବ ଏ ଦୁନିଆଁ।

             


Rate this content
Log in

Similar oriya poem from Tragedy