STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ପବିତ୍ରା

ପବିତ୍ରା

1 min
254


ମୋ ଦେଶ ମୋ ନଈ ମୋ ଭାଗବତ

ଅତୀବ ପବିତ୍ର

ମୋ ରାଜ୍ୟ ଚିଲିକା ସମୁଦ୍ର ଦୂର ପରବତ

ସବୁତ ଜୀବନ୍ତ।

ମୋ ଗାଁ ସହର ଜିଲ୍ଲା ଦେବାଳୟ ଦେବାଦେବୀ

ଅତୀବ ଶାଶ୍ୱତ

ମୋ ଗାଁର ବିଲ ବଣ ନଈ ନାଳ ଝାଉଁବଣ

ତୁଳୀତଳ୍ପେ ଚିତ୍ରିତ।

ମୋ ଦେଶ ଜାତୀୟ ପକ୍ଷୀ ମୟୁର ପଶୁ ବାଘ

ରଙ୍ଗ ଆଉ ରାଗ ସାରସ୍ୱତ

ମୋ ଦେଶ ଝଣ୍ଡା ତ୍ରିରଙ୍ଗା ଭେଙ୍କୟା ପିଙ୍ଗଳ

କଲେ ମାନସରୁ ପ୍ରସ୍ତୁତ।

ମୋ ଦେଶ ଗଛ ଶାଳ ପିଆଶାଳ ଶାଗୁଆନ

ମୂଲ୍ୟବାନ ବହୁତ

ମୋ ରାଜ୍ୟ ମୋ ଦେଶ ମୋ ସହର ଜିଲ୍ଲା ଗାଁ

ସ୍ରଷ୍ଟାଙ୍କ ତୁଳିକାରେ ସୁପରିକଳ୍ପିତ।

ବନ୍ଦେ ମାତରଂ ଧ୍ୱନିରେ ଜୟ ଯବାନ ଜୟ କିଷାନ

ପ୍ରତିଧ୍ୱନିରେ ପ୍ରକମ୍ପିତ

ମୋ ଦେଶ ପାଣି ପବନ ଅଗ୍ନି ଜଳ ବାୟୁ ସ୍ଥଳ

ନୁହେଁ ଜମାରୁ ସୀମିତ।

ମୋ ଦେଶ ଗର୍ବ ଗୌରବ ଗରିମା ପ୍ରଶ୍ନ ଅନେଶତ

ଭିତରେ ଉତ୍ତର ଅମିମାଂସିତ

ଜାତୀୟ ଦିବସ ଅଗଷ୍ଟ ପନ୍ଦର ଜାନୁୟାରୀ ଛବିଶରେ 

କହୁ ଜୟ ଭାରତ ଜୟ ଭାରତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action