ନନ୍ଦିକେଶରୀ ଓ ନନ୍ଦିକାକେଶରୀ
ନନ୍ଦିକେଶରୀ ଓ ନନ୍ଦିକାକେଶରୀ
ଇତିହାସ କିମ୍ବଦନ୍ତୀରେ ରହିଅଛି
ଏକ କାହାଣୀ ଗାଥା,
ସେହି କାହାଣୀକୁ ଶୁଣିଦେଲେ ଥରେ
ଘୁରିଯାଏ ଲୋକଙ୍କ ମଥା ।
ସତରେ କଣ !
ନନ୍ଦିକା ପ୍ରେମ ପାଇଁ ଯାଇଥିଲା
ଚୋଡଗଙ୍ଗ ନିକଟକୁ,
ନା ଶାନ୍ତିର ପ୍ରତିଷ୍ଠା ବାର୍ତ୍ତା ଘେନି
ଯାଉଥିଲା ଉଆସକୁ ।
ରାଧାନାଥରାୟଙ୍କ ନନ୍ଦିକା ଥିଲା
ପ୍ରେମର ଭିକାରୁଣୀ,
ଚୋଡଗଙ୍ଗ ଦେବଙ୍କୁ ବିବାହ କରି
ଚାହୁଁଥିଲା ହେବାକୁ ରାଣୀ ।
ବାପାଙ୍କ ଜୈତ୍ରମଣିକୁ ସାଙ୍ଗରେ ନେଇ
ଦେଇଥିଲା ଚୋଡଗଙ୍ଗକୁ,
ଜୈତ୍ରମନି ନେଇ ଶେଷ କରିଦିଅ
ପିତା ଯଯାତୀ କେଶରୀଙ୍କୁ ।
ମନୋରଞ୍ଜନ ଦାସ ମନା କରିଦେଲେ
ସେ ଥିଲା କେଶରୀ ରାଣୀ,
ତାଙ୍କ ନାଟକରେ ମହାନ ଥିଲା ନନ୍ଦିକା
ସେ ନଥିଲା ପ୍ରେମରେ ଭିକାରୁଣୀ ।
ପିତାଙ୍କୁ ମାରିଣ ରାଜ୍ୟ ଜୟକରି
କରିଦିଅ ମୋତେ ରାଣୀ,
କେଶରୀ ବଂଶର ରାଜାରାଣୀ ହୋଇ
ଲେଖିବା ନୂଆ କାହାଣୀ ।
ମନୋରଞ୍ଜନ ଦାସଙ୍କ ନନ୍ଦିକା ଥିଲା
ଶାନ୍ତିର ପ୍ରତିଷ୍ଠା ପାଇଁ,
ହେଲେ ତାକୁ କେହି ନ ବୁଝିପାରି
ଦେଲେ କଳଙ୍କିନି ସଜେଇ ।
ଶେଷରେ ନନ୍ଦିକା ବାଛିନେଲା ବାଟ
ଆତ୍ମହତ୍ୟା କରିବାକୁ,
ହୀରାର ମୁଦ୍ରିକାଟିକୁ ପାଟିରେ ଦେଇ
ଚାଲିଗଲା ଯମପୁରକୁ ।

