କନ୍ୟା ଭୃଣ ହତ୍ୟା
କନ୍ୟା ଭୃଣ ହତ୍ୟା
ବିଜ୍ଞାନ ର ଅଗ୍ର ଗତି କାରଣ ରୁ ବହୁ
ସମସ୍ୟା ବଢୁଛି ଏବେ ନିତି ମୁର୍ହୂ ମୁର୍ହୂ ।
ଅଶୀ ଦଶକରୁ ଧୀରେ ଧୀରେ ତୀବ୍ର କ୍ରମେ
ଦିନୁ ଦିନ କନ୍ୟା ଭୃଣ ହତ୍ୟା ପ୍ରତି କ୍ଷଣେ ।
ବଢ଼ି ଚାଲୁ ଅଛି ଆଜି ଆମ ସମାଜ ରେ
ଅତ୍ୟାଚାରିତା ଜନନୀ , ନାରୀ ସବୁ ଠାରେ ।
ବରଷ କୁ ବର୍ଷ ଦୃତ ତର ହୋଇ ନିତ୍ୟେ
ବର୍ଦ୍ଧିତ ପ୍ରଭାବ ବିସ୍ତାର ରେ ଅବିରତେ ।
ଲାଗି ରହି ଏବେ ଆମ ସମାଜ ସଂସ୍କୃତି
ବ୍ୟକ୍ତିତ୍ବ , ବ୍ୟବସ୍ଥା କଳୁଷିତ ହୋଇ ଅଛି ।
ସହଜ ସୁଲଭ ମୂଲ୍ୟ ଗର୍ଭ ପରୀକ୍ଷଣ
ଗ୍ରାମ ସହର ନଗର ରେ ପ୍ରତ୍ୟେକ ଦିନ ।
ହେଉ ଅଛି ନିତି ନିତି ଲିଙ୍ଗ ନିରୂପଣ
ଆଇନ , ବିଧି ବ୍ୟବସ୍ଥା ଓ ଦଣ୍ଡ ବିଧାନ ।
ଥିଲେ ବି ଚୋରା ରେ ଚାଲି ଅଛି ବଢି ବଢି
ଅବୈଧ ଉପାୟେ ବହୁ ଗର୍ଭପାତ କରି ।
ନାଶୁ ଛନ୍ତି ଜନେ ନିତି ଦୁର୍ମୂଲ୍ୟ ଜୀବନ
ନ୍ୟୁନ ହୁଏ ସମାଜ ରେ ମହିଳା ଙ୍କ ସ୍ଥାନ ।
ନାରୀ ଙ୍କ ସମ୍ମାନ ଆଉ ଅଧିକାର କ୍ଷୁର୍ଣ୍ଣ
ହେଉଅଛି ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ ।
କରି ସମୀକ୍ଷା ନିରୀକ୍ଷା କଲେ ହୁଏ ଜାଣି
ଏଇ ସମସ୍ୟା ରୁ ଆଉ ବର୍ତ୍ତି ପାରିବା ନି ।
ନାଶନ୍ତି ପ୍ରତି ମୁହୁର୍ତ୍ତ ବହୁ କନ୍ୟା ଭୃଣ
ଜନ ବହୁଳ ଦେଶ ର ଜନ ସାଧରଣ ।
ଅନ ଲାଇନ ରେ ଗୁପ୍ତ ବୁଝାମଣା କରି
ତୁରନ୍ତ ବହୁତ ଅର୍ଥ ଦିଆ ନିଆ ହୋଇ ।
ଗୋପନେ କ୍ଲିନିକ ଖୋଲା ଯାଇ କାର ବାର
ପରୀକ୍ଷଣ କରି ଲିଙ୍ଗ କରାଯାଏ ସ୍ଥିର ।
ଏଥି ପାଇଁ ସହି ଥାନ୍ତି ବହୁତ ଯନ୍ତ୍ରଣା
ବହୁ ନାରୀ ଓ ପ୍ରସୂତୀ ପ୍ରତି ଦିନ ନାନା ।
ଦୁଃଖ, ଦୈନ୍ୟ, ଦାଉ ସହି ଅକାଳ ରେ ହତ
ହୋଇ ଚାଲି ଛନ୍ତି ଏବେ ପ୍ରତ୍ୟେକ ମୁହୂର୍ତ୍ତ ।l
