ବସନ୍ତ ଆସିଛି
ବସନ୍ତ ଆସିଛି
ଋତୁ ଚକ୍ରରେ
ଏବେ ଆସିଛି ବସନ୍ତ
ଶୀତ ଅପସରି ଯାଇଛି,
ମନ୍ଦ ସମୀରଣ ବୋହୁଛି,
ଗଛରୁ ଝଡୁଛି ପାଚିଲା ପତର
ପବନରେ ଉଡି ଯାଉଛି,
ପତ୍ର ଝଡା ଦେଇଥିବା ଗଛସବୁ
ଚିରହରିତ ହେଉଛି,
ଦେଖିବାକୁ ମନୋରମ ଲାଗୁଛି,
ଦୁନିଆଟା ମତୁଆଲା ହେଉଛି,
ଚାରିଆଡେ ଏବେ
ବଉଳ ବଉଳ ବାସୁଛି,
ବାଗଦେବୀଙ୍କ ବୀଣାରୁ
ରୁନୁ ଝୁନୁ ଶବ୍ଦ
କାନରେ ଗୁଞ୍ଜରୀ ଉଠୁଛି,
ବହୁ ପ୍ରତିକ୍ଷୀତ କୋଇଲିର ତାନ
ଶୁଣିବାକୁ ମନ ହେଉଛି,
କୋଇଲି ଟା ଏବେ
ପଞ୍ଚମ ସ୍ୱରରେ
ଗାଇବାକୁ ଗୀତ
ଭାରି ସଜ ବାଜ ହେଉଛି,
ବସନ୍ତ ମଳୟ
ସୁସ୍ଥ କରିବ ଦୁନିଆର
ଯେତେକ ରୋଗୀଙ୍କୁ,
ବସନ୍ତ ତ ଏବେ ଆସିଛି
ମନରେ ଉଲ୍ଲାସ ଭରିଛି l
