ନନ୍ଦରାନୀଙ୍କ ବିଳାପ.୨
ନନ୍ଦରାନୀଙ୍କ ବିଳାପ.୨
ଦୁଃଖିଧନ ନୀଳମଣି ରେ,ମୋର ଦୁଃଖୀ ସଙ୍ଖାଳି
ଦୁଃଖ ହୋଇଯାଏ ଦୁରିତ, ଧନରେ ବନମାଳି ।
ଧଇର୍ଯ୍ୟ ଧରି ମୁଁ ନପାରେ,କ୍ଷଣେ ହେଲେ ଅନ୍ତର,
ଧନୁଯାତ୍ରା ଦେଖିଯିବୁରେ,ସତେ ସେ ମଧୁପୁର ।
ନ ଚାହିଁ ବଞ୍ଚିବି କେମନ୍ତେ,ଚାରୁ ଚନ୍ଦ୍ର ଆନନ,
ନଯା ମଥୁରାକୁ ଧନରେ,ମୋର ନନ୍ଦ ନନ୍ଦନ ।
ପାଳିଥିଲି ଅତି ଯତନେ,ବାବୁ କଳାଶ୍ରୀମୁଖ,
ପଳାଇ ଯିବୁକି ଛଡାଇ,ଦେଇ ବାତ୍ସଲ୍ୟ ସୁଖ ।
ଫଣିଶିରେ ନାଚି ଦଳିଲୁ,କାଳି କାଳନ୍ଦୀ ଜଳେ,
ଫେରିଗଲା ସେଠୁ କାଳିୟ,ଘେନି କୁଟୁମ୍ବହେଳେ ।
ବୁଲି ଘରଘର ବାଳକ,ସଙ୍ଗେ ଲବଣି ଚୋରି,
ବାପରେ ଗୁହାରି କରନ୍ତି, ନିତି ଗୋପର ନାରୀ ।
ଭାଇ ବଳରାମ ସଙ୍ଗତେ,ଯିବୁ ଯାତରା ଦେଖି,
ଭାଳି ଭାଳି ଦୁଷ୍ଟ କଂସର,କଥା ଡର ମାଡ଼ୁଛି ।
ମାମୁ କଂସାସୁର ପେଶିଛି,ରଥ ସଙ୍ଗେ ଅକ୍ରୁର,
ମିଶି ଧନୁଯାତ୍ରା ଦେଖିବା,ପାଇଁ ଭାଇ ସଙ୍ଗର ।
ଯିବୁ ଯେବେ ମଧୁପୁରରେ,ଗୋପାଙ୍ଗନା ସକଳେ,
ଯିବେ ମରି ଗୋପାଳ ସଙ୍ଗେ,ଝାସି ଯମୁନାଜଳେ ।
