STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

ନନ୍ଦରାନୀଙ୍କ ବିଳାପ.୨

ନନ୍ଦରାନୀଙ୍କ ବିଳାପ.୨

1 min
281


ଦୁଃଖିଧନ ନୀଳମଣି ରେ,ମୋର ଦୁଃଖୀ ସଙ୍ଖାଳି

ଦୁଃଖ ହୋଇଯାଏ ଦୁରିତ, ଧନରେ ବନମାଳି ।


ଧଇର୍ଯ୍ୟ ଧରି ମୁଁ ନପାରେ,କ୍ଷଣେ ହେଲେ ଅନ୍ତର,

ଧନୁଯାତ୍ରା ଦେଖିଯିବୁରେ,ସତେ ସେ ମଧୁପୁର ।


ନ ଚାହିଁ ବଞ୍ଚିବି କେମନ୍ତେ,ଚାରୁ ଚନ୍ଦ୍ର ଆନନ, 

ନଯା ମଥୁରାକୁ ଧନରେ,ମୋର ନନ୍ଦ ନନ୍ଦନ ।


ପାଳିଥିଲି ଅତି ଯତନେ,ବାବୁ କଳାଶ୍ରୀମୁଖ,

ପଳାଇ ଯିବୁକି ଛଡାଇ,ଦେଇ ବାତ୍ସଲ୍ୟ ସୁଖ ।


ଫଣିଶିରେ ନାଚି ଦଳିଲୁ,କାଳି କାଳନ୍ଦୀ ଜଳେ,

ଫେରିଗଲା ସେଠୁ କାଳିୟ,ଘେନି କୁଟୁମ୍ବହେଳେ ।


ବୁଲି ଘରଘର ବାଳକ,ସଙ୍ଗେ ଲବଣି ଚୋରି,

ବାପରେ ଗୁହାରି କରନ୍ତି, ନିତି ଗୋପର ନାରୀ ।


ଭାଇ ବଳରାମ ସଙ୍ଗତେ,ଯିବୁ ଯାତରା ଦେଖି,

ଭାଳି ଭାଳି ଦୁଷ୍ଟ କଂସର,କଥା ଡର ମାଡ଼ୁଛି ।


ମାମୁ କଂସାସୁର ପେଶିଛି,ରଥ ସଙ୍ଗେ ଅକ୍ରୁର,

ମିଶି ଧନୁଯାତ୍ରା ଦେଖିବା,ପାଇଁ ଭାଇ ସଙ୍ଗର ।


ଯିବୁ ଯେବେ ମଧୁପୁରରେ,ଗୋପାଙ୍ଗନା ସକଳେ,

ଯିବେ ମରି ଗୋପାଳ ସଙ୍ଗେ,ଝାସି ଯମୁନାଜଳେ ।


Rate this content
Log in

Similar oriya poem from Inspirational