STORYMIRROR

Jagannath Barik

Classics

3  

Jagannath Barik

Classics

କରୁଣା ସାଗର ରଘୁନାଥ

କରୁଣା ସାଗର ରଘୁନାଥ

1 min
271

ପ୍ରଭୁ ହେ, କରୁଣା ସାଗର ରଘୁନାଥ

ଦାତାପଣେ ତୁମପରି କେ ହେବ ସମର୍ଥ ।(୦)

ତୁମେ କଲ ବିଭୀଷଣେ  ଲଙ୍କା ଦଣ୍ଡଧାରୀ

କୋଳେ ସମର୍ପିଲ ନେଇ  ରାଣୀ ମନ୍ଦୋଦରୀ

ସୁଗ୍ରୀବକୁ ରାଜା କଲ   ଦେଇ ତାରା ହାତ ।(୧)

ଭରତରେ ଦାନ କଲ  ବୈରାଗ୍ୟ ଭଣ୍ଡାର

ଜଟାୟୁକୁ ନେଇଗଲ  ବଇକୁଣ୍ଠ ପୁର

ତାରିଲ ଶବରୀ ପୁଣି  ତାରିଲ କୈବର୍ତ୍ତ ।(୨)

ଭକ୍ତ ହନୁମାନେ କଲ  ଅଜର ଅମର

ସୁଲକ୍ଷଣ ଲକ୍ଷ୍ମଣକୁ  ରଖିଲ ପାଶର

ପାଷାଣି ଅହଲ୍ୟା କଲ  ଶାପରୁ ମୁକତ ।(୩)

ଗୁଣ୍ଡୁଚି ପିଠିରେ ଆଙ୍କି ଦେଲ ତିନି ଗାର

କୁକୁଟରେ ଦାନ କଲ  ସୁମଞ୍ଜୁଳ ଚୂଳ

ଭକ୍ତ କୁମ୍ଭକର୍ଣ୍ଣେ ଦେଲ ବଇକୁଣ୍ଠ ବିତ୍ତ ।(୪)

ବଲ୍ମୀକରୁ ବାଲମିକେ  କଲ ଆଦିକବି

ତୁଳସୀ ଦାସ ମାନସ ଭକ୍ତି ରସେ ଦ୍ରବି

ଜଗା କହେ ପାଇବିକି ସେ କରୁଣାମୃତ ।(୫)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics