Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manas Nayak

Classics Inspirational

3  

Manas Nayak

Classics Inspirational

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
362



ଜୀବନ ସୋପାନ ଆଜି ଲାଗେରେ ଉତୁଙ୍ଗ

ମକର ସଂକ୍ରାନ୍ତିରେ ଉଡେ ଉର୍ଦ୍ଧ୍ବମୁଖୀ ପତଙ୍ଗ

ବିଶ୍ବଭ୍ରାତୃତ୍ୱରେ ଜାଗ୍ରତ ସଦା ଏ କଳିଙ୍ଗ

ଉତ୍ସର୍ଗ କରଇ ପର୍ବ ଯୋଡିବାକୁ ମକର ସାଙ୍ଗ ।


ମକର ଚାଉଳର ଆମ ପରମ୍ପରା ନିଆରା

କୃଷି ବେଉଷାରେ ନାଚୁ ହୋଇ ମାଘ ମତୁଆଲା

ଉତ୍ତରାୟଣ ପୋଙ୍ଗଲ ପୁଣି ବିହୁ ଓ ଲୋଡି

ପୁଣ୍ଯ ତିଥି ପୁଣ୍ଯ ଚିନ୍ତା ମହତ୍ବ ଯେ ସବୁରି ।


ଦକ୍ଷିଣରୁ ଉତ୍ତର କୁ ହୁଏ ସୂର୍ଯ୍ୟଙ୍କର ଗମନ

ବଢଇ ଦିନ ପୁଣି ଉତ୍ତାପର ହୁଏ ଆଗମନ

ପଡଇ ପୁଣ୍ଯ ତିଥି ତାଙ୍କ ବ୍ଯାସ ଫକୀରମୋହନ

ଉତ୍କଳ ପବିତ୍ର ହୁଏ ପାଇ ତାଙ୍କୁ ପୁତ୍ର ବରଦାନ ।


ପରମ୍ପରା ପସରା ଶୂନ୍ଯ ପୁଣି ବିକଶିତ ସଭ୍ଯତା

ଚେତନା ବି ଅଧୋଗାମୀ ସତେ ଭୀଷ୍ମ ଶରଶଯ୍ୟା

ସୃଷ୍ଟି ରକ୍ଷାରେ ସ୍ବୟଂତତ୍ପର ସେ କେଉଁ ପ୍ରାରବ୍ଧରୁ

ଭୌତିକ ଆସକ୍ତ ତୁହି ଅନ୍ୟର ପତଙ୍ଗ କାଟିଚାଲୁ ।


Rate this content
Log in

Similar oriya poem from Classics