STORYMIRROR

Ansuman Swain

Classics

3  

Ansuman Swain

Classics

ପାଷାଣ କି ଚକାଡୋଳା

ପାଷାଣ କି ଚକାଡୋଳା

1 min
389


ଆହେ ଜଗଦିଶ ମୋ କଳା ସାଆନ୍ତ

     ଏ କି ବିଚିତ୍ର ଲୀଳା

ସବୁ ଦେଖୁଅଛ ସବୁ ଶୁଣୁଅଛ

    ନିରବ କିଆଁ ଚକାଡୋଳା ll


ଭାବଗ୍ରାହୀ ପ୍ରଭୁ ଭାବ ବିନୋଦିଆ

     ଅନାଥ ଜନର ବନ୍ଧୁ

ତୁମ ଦରବାରେ ଏମିତି କାହିଁକି

    କୁହ ହେ କରୁଣା ସିନ୍ଧୁ ll


ତୁମେ ପରା ଅଟ ସର୍ବ ବିଦ୍ୟମାନ

    ଯଶୋଦା ଗଣ୍ଠି ରତନ

ଅସତ୍ୟ ଅଧର୍ମ ତୁମ ରାଇଜରେ

   ବିସ୍ତାରେ ତା ଉପବନ ll


ଦୁଃଖୀ ରଙ୍କିଙ୍କର ଦୁଃଖ ଦେଖି ପରା

    ଚଉବାହା ଦିଅ ପ୍ରସାରି

ମାଆ ଟିଏ ଆଜି ବିକଳ ହୁଅଇ

    ପୁଅର କୋକେଇ ଧରି ll

   


ଅଳି କରେ ଆଜି ତବ ଶ୍ରୀ ଚରଣେ

     ଅନ୍ୟାୟ ଅସତ୍ୟ ନାଶ

ଦୁଷ୍ଟ ରାକ୍ଷସର କରାଳ କୋପରୁ

     ସୁରକ୍ଷିତ ହେଉ ଦେଶ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics