STORYMIRROR

Sukanta Nayak

Romance

4.8  

Sukanta Nayak

Romance

ଅପେକ୍ଷା

ଅପେକ୍ଷା

1 min
3.7K


ସ୍ୱପ୍ନର ସାଗରରେ        

ଢେଉ ଗୁଡିକର ରଚନା କରି କରି

ନିଶାଚର ନାମ ରଖିଯାଇଥିଲା ନିଜକୁ ସେ...

ପବନର ଆବେଗରେ       

ଗୋଲାପ ଅତରରେ ମହକି          

ସାତ ଆକାଶରେ ହଜିଯାଇଥିଲା ସେ...

ନବଯୌବନର ଆଗମନରେ   

ହାସ୍ୟ ଚକ୍ରଟି ପ୍ରସାରିତ ହୋଇ

ଗାଲରେ ଏକ ଭଉଁରି ଖେଳିଯାଇଥିଲା...

ତଥାପି ମନର କୌଣସି ଅନନ୍ତ କୋଣରେ

ପ୍ରେମର ଟିକେ ଆଲୋକର ଅପେକ୍ଷାରେ

ବ୍ୟସ୍ତ ବିବ୍ରତ ରାତିଟି ଅପସରିଯାଇଥିଲା।

------

ସୁକାନ୍ତ ନାୟକ, ରାଉରକେଲା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance