STORYMIRROR

Sukanta Nayak

Inspirational Tragedy

5.0  

Sukanta Nayak

Inspirational Tragedy

ଅରୁଣୀମା

ଅରୁଣୀମା

1 min
232


ସମୟର ଚକ୍ରରେ ଆହତ ହୋଇଛି

ହେଲେ ହେଁ ଦିପ୍ତୀର ଶିଖା ନିଜ ଅସ୍ତିତ୍ବ ବଜାଇ ରଖିଛି

ରହିଯାଇଛି କିଛି ସ୍ମୃତିର ଅନୁଭୂତି

ସୃଜନ ହୋଇ ପଥ ପ୍ରଦର୍ଶକ ପାଲଟିଛି

ଶବ୍ଦକୋଷେ ଆଜି ଜ୍ଞାନର ପରିପକ୍ଵତା ଘଟିଛି

ଅଙ୍ଗେ ଆଜି ତା'ର ଏକ ଅପୂର୍ବ ସାହସ ଜୁଟିଛି ।

ଅନ୍ଧାର କିଟ୍ କିଟ୍ ରାତିରେ ଦଇବ ପାଷାଣୀ ପରି

ନୀରବଦ୍ରଷ୍ଟା ହୋଇ କିଛି ଅଘଟଣକୁ ସହି ନେଇଛି

ଚିତ୍କାର କରୁଛି ଅବଳାଟି

ଯନ୍ତ୍ରଣାର ଟିକେବି ବିରାମ ନାହିଁ

ଦୁର୍ବୁତର ଶିକାର ହୋଇଛି,

କ୍ଷଣିକ ଯାତ୍ରା ଆକସ୍ମିକ ଚୋରିରୁ ମରଣାନ୍ତକ ଘଟଣାରେ

ଦେହକୁ ଶୀତେଇ ଦେଇଛି

ଶରୀରରୁ ଗୋଡ ବିଛିନ୍ନ ହେଇଯାଇଛି

ସମୟ ଆଗତ ଇତିହାସର ରଚନା କରିଯାଇଛି

ଲୌହଯାନର ଗର୍ଜନରେ ଚିତ୍କାରଟି ଶୂନ୍ୟ ହେଇଯାଇଛି

ଅରୁଣୀମା ଆଜି ଦ୍ୱିତୀୟ ଜୀବନ ପାଇଛି ।

ରାତିର ଗହନରେ ପୀଡାର ଚରମସୀମା ଅନ୍ତେ ହୋଇ

ଏକ ଦୃଢ ବିଶ୍ୱାସର ନିଶ୍ଵାସ ପ୍ରାପ୍ତ ହୋଇଛି

ସେହି ବିଶ୍ୱାସ ଆଜି ଗଗନକୁ ଦଣ୍ଡବତ କୃତ୍ୟ କରାଇଛି

ହିମାଳୟର ଚୋଟୀ ଏକ ଇଚ୍ଛାରୁ ଜାତ

ସଂକଳ୍ପକୁ ସାକାର ହେବାରେ ଦେଖିଛି

କୃତ୍ରିମ ପାଦେ, ତ୍ରିରଙ୍ଗା ହିମାଳୟର ମସ୍ତକେ ମୁକୁଟ ସାଜିଛି ।

ସମୟରୁ ଜାତ ସମୟରେ ଅନ୍ତ,

ପ୍ରତି ଘଟଣା କିଛି ଶିକ୍ଷା ଦେଇଯାଏ

ଗହନ ମନରେ କିଛି ବାର୍ତ୍ତା ଅଙ୍କୁରିତ ହୁଏ

ଦୃଢ ଇଚ୍ଛା ଶକ୍ତିରେ ଅସମ୍ଭବ ଲକ୍ଷ ବି ଜୟ ହୁଏ

ଦୀପ୍ତିର ଶିଖା ଶେଷ ନିଶ୍ୱାସ ଯାଏଁ ଜାଳି ରଖିଲେ ଜୀବନ ଚରିତାର୍ଥ ହୁଏ ।

ସୁକାନ୍ତ ନାୟକ,ଛେଣ୍ଡ କଲୋନୀ, ରାଉରକେଲା


Rate this content
Log in

Similar oriya poem from Inspirational