ତାମ୍ବୂଳ ଭିତରେ ମିଛ ସୁପାରି
ତାମ୍ବୂଳ ଭିତରେ ମିଛ ସୁପାରି
ଛଳନା ନକରି ପାରିବୁ କି କହି
ଆଜି ପଦେ ସତ କଥା
କାହିଁକି ଦେଲୁ ମୋ ହୃଦୟେ ଆଘାତ
ତୁଛା ପ୍ରବୋଧିତ ବ୍ୟଥ୍ୟା ।
ପ୍ରୀତି ପ୍ରସ୍ଵାପଣ ବାଣର ଘାତରେ
ତୋ ହୃଦୟେ ଥିଲି ବନ୍ଧା
ତୋର ମନୋବାଂଛା ପୁୁୁରଣ ପାଇଁକି
ନିଇତି ଥିଲା ମୋ ଧନ୍ଦା ।
ଫୁଲ ସବାରିରେ ସଜାଇ ଆଣିଲି
ସାକ୍ଷୀ ରଖି ଦେବା ଦେବୀ
ଦଶ ଦିଗପାଳ ଅଗ୍ନି ବାୟୁ ଜଳ
କୁହ ମୁଁ ରାଣକୁୁ ନେବି ।
ଆରେ ଯୋଷାବରୀ ତୁ ତ ଥିଲୁ ଶିରୀ
ମିଛ ତ ନୁହଁଇ ପ୍ରେମ
କେଉଁ କନ୍ଦର୍ପ ତୋ ମନକୁ ହରିଲା
ହେଲା ତୋର ମତିଭ୍ରମ ।
ମିଳନ ଯୋଟକ କରି ସେ ଘଟକ
ତାମ୍ବୂଳରେ ଦେଲା ଯୋଡି
ମିଛ ସୁପାରିଟେ ଗୋପନେ ପ୍ରବେଶେ
ନଜାଣି ଆଣିଲି ବରି ।
ମନ ଖୋଲି ଯଦି ପ୍ରକାଶ କରି ତୁ
ଆଶା ବାଢି ଥାନ୍ତୁ ଜହ୍ନ
କପଟ ନକରି ତୋଳି ଦେଇ ଥାନ୍ତି
କୃପଣ ନକରି ମନ ।
ମୋ ନାମେ ସିନ୍ଦୂର ତୋ ମଥାରେ ଅଛି
ପିନ୍ଧିବୁ ତୁ କାହା ପାଇଁ
ସୀମନ୍ତିନୀ ସାଜି ସୁହାଗିନୀ ରୁହ
ଆଶିଷ ଦିଏ ମୋ ଦୁଇ ।