STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

😢😢ପାଗଳ ହୋଇଛି ମୁହିଁ😢😢

😢😢ପାଗଳ ହୋଇଛି ମୁହିଁ😢😢

1 min
230


ଏତ ଘନ ଅନ୍ଧାର ଝଡର ବର୍ଷାର ପ୍ରଖର


ଅମାବାସ୍ୟା ରାତ୍ରିର ମନ ହୁଏଟି ଅସ୍ଥିର,


ପ୍ରଚଣ୍ଡ ବତାସ କରୁଛି ଅତିହିଁ କାତର


ପାଗଳ ହୋଇଛି ମୁହିଁହିଁ ତହରି ଭକ୍ତିର।୧।


ତହରି ସ୍ମୃତିରେ ଅସ୍ଥିର ପ୍ରାଣହିଁ ହୋଇଛି


ତହରି ଚରଣ ଛୁଁଇବା ମନହିଁ ହୋଇଛି।


ଉଦବେଗ ପ୍ରାଣର ଜ୍ଞାନ ଫୁଟି ଉଠୁଅଛି 


ଆତ୍ମାର ଉଦବେଗ ପ୍ରମାତ୍ମାକୁ ହିଁ ଖୋଜୁଛି।୨।


ଭୟାଭୟ ରାତି ଝଡର ବର୍ଷାର ଝଙ୍କାର


ପ୍ରଖର ପବନ କରୁଛି ଅତିହିଁ ଆତୁର,


ଘଡଘଡି ଶବ୍ଦେ କମ୍ପିତ ତୋର ତରାଚର


ସ୍ମୃତିରେ ପାଗଳ ହୋଇଛି ପ୍ରଭୁହିଁ ତହର।୩।


ଝଡର ବର୍ଷାର ଉଦବେଗ କମିଲା ଏବେ


ଚନ୍ଦ୍ରର କୀରଣ ଦିଶୁଅଛି ଧରାରେ ଏବେ,


ମୄଦୁମଳୟ ବହୁଛି ଏହି ପୄର୍ଥୀର ଗର୍ଭେ। 


ଅତିହିଁ ଉଦବେଗ ହୁଅଇ ସ୍ମୃତିରେ ଏବେ।୪।


ପକ୍ଷୀ ରାବ ଶୁଭୁଛି ମୄଦୁମଳୟ ବହୁଛି


କୋଳାହଳ ମଧ୍ୟେ ଧରାଟି ଫୁଟି ଉଠୁଅଛି,


ଅନ୍ତର୍ଯ୍ୟାମୀ ପ୍ରଭୁଙ୍କର ସେ ଭକ୍ତିହିଁ ଜାଗିଛି


ତାହରି ଭକ୍ତିରେ ଜୀବନ ଅସ୍ଥିର ହେଉଛି।୫।


ଏ ଘନ ଅନ୍ଧାର ଝଡର ବର୍ଷର ପ୍ରଖର


ଅମାବାସ୍ୟା ରାତ୍ରିର ମନ ହୁଏଟି ଅସ୍ଥିର,


ପ୍ରଚଣ୍ଡ ବତାସ କରୁଛି ଅତିହିଁ କାତର


ପାଗଳ ହୋଇଛି ମୁହିଁହିଁ ତହରି ଭକ୍ତିର।୬।




Rate this content
Log in

Similar oriya poem from Tragedy