STORYMIRROR

ଅନିଲ କୁମାର ଲେଙ୍କା

Tragedy Inspirational

3  

ଅନିଲ କୁମାର ଲେଙ୍କା

Tragedy Inspirational

ଛଳନା -

ଛଳନା -

1 min
214


ଏତେ ଭଲ ପାଇ ଛଳନା କରିଲ

      ପାଇଲ କି ଅବା ସୁଖ

ମୋ ଭଲ ପାଇବା ଏଡାଇ ଦେଇକି

     କାହିଁକି ଭରିଲ ଦୁଃଖ ।।

ଜାଣି ମୁଁ ନ ଥିଲି ମିଛ ତୁମ ପ୍ରେମ

    ମୋ ସ୍ଵପ୍ନକୁ ଭାଙ୍ଗିଦେବ

ହୃଦୟରେ ଭରି ଅନେକ ଯାତନା

     ଆଶା ବତୀ ଲିଭିଯିବ ।।

ଯନ୍ତ୍ରଣା ଜୁଇରେ କେତେ ଜଳେ ମୁହିଁ

      ତୁମେ ପାରିବନି ବୁଝି

ଭଲ ପାଇବାର ପ୍ରତାରଣା ପଥେ

      ଯାଇଛି ଆଜି ମୁଁ ହଜି ।।

ଆଖିରୁ ବିନ୍ଦୁଏ  ଝରିଲେ ସେଦିନ

     ଛାତି ଯାଉଥିଲା ଫାଟି

ଏତେ କଷ୍ଟ ଆଜି ପାଇଲା ପରେ ବି

     ଖୋଲୁନି ତୁମର ପାଟି ।।

କେଉଁ ଦୋଷ ମୁହିଁ କରିଲି ତୁମର

      ଏମିତି ହେଲ ବିମୁଖ

କପଟ ପଣରେ ଭୁଲେଇ ଦେଇଛ

     ଭାବିନେଇ ମତେ ମୁର୍ଖ ।।

ଆଖିର ଲୁହରେ କେତେ ମୁଁ ଭିଜିବି

      ମୁକ୍ତ ଆକାଶକୁ ଚାହିଁ

ଭିଜା ଆଖି ମୋର ଅପେକ୍ଷାରେ ଅଛି

      କେବଳ ତୁମରି ପାଇଁ ।।

ସବୁ ପରେ ମଧ୍ୟ ତୁମ ପାଇଁ ହୃଦେ

       ରହିଛି ସ୍ବତନ୍ତ୍ର ସ୍ଥାନ

ଭୁଲ୍ ବୁଝି ପାରି ଫେରିବ ନିଶ୍ଚୟେ

       ଏକଥା କହୁଛି ମନ ।।



Rate this content
Log in

Similar oriya poem from Tragedy