STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

କେତେ ବିଚିତ୍ର ଏ ଦୁନିଆଁ ସତେ

କେତେ ବିଚିତ୍ର ଏ ଦୁନିଆଁ ସତେ

1 min
757


ସବୁ ଓଠ ହସ ମିଠା ଲାଗେ ନାହିଁ

   ସବୁ ମିଠା ମିଠା ନୁହେଁ,

କିଛି କିଛି ମିଠା ଜହର‌ ପାଲଟି

   ଜୀବନଟା ନେଇଯାଏ।


ସବୁ ପ୍ରେମ କେବେ ପ୍ରେମ ହୁଏ ନାହିଁ

   ସବୁ ଭଲ ଭଲ ନୁହେଁ,

ଭଲପାଇବାଟା ବେଳେ ବେଳେ କିନ୍ତୁ

    ଛଳନା ପାଲଟିଯାଏ।


ସବୁ ଅଭିମାନ ଅଭିମାନ ନୁହେଁ

    ସବୁ ଋଷା କ୍ରୋଧ ନୁହେଁ,

କ୍ରୋଧ ବେଳେବେଳେ ସମ୍ପର୍କରସଂଜ୍ଞା

    ଭଲକି ବୁଝାଇ ଦିଏ।


ସ୍ନେହ ମମତା ଯେ ଯେତେ ମିଳୁଅଛି

    ସବୁ ତ ପବିତ୍ର ନୁହେଁ,

ସବୁଠୁଁ ପବିତ୍ର ସେ ସ୍ନେହ ମମତା  

  ଯାହା ମାଆ ଠୁଁ ହିଁ'‌ ମିଳିଥାଏ। 


ଆଖି ଦେଖା କଥା ସବୁ ସତ ନୁହେଁ

    ବେଳେ ବେଳେ ଭ୍ରମ ହୁଏ,

ସବୁ ଭ୍ରମ ଏଠି ଭ୍ରମେ ପକାଏନା‌

    ଆଚମ୍ବିତ ଲାଗିଥାଏ।


ସବୁ ସନ୍ଦେହ ଯେ ସତ ହୁଏ ନାହିଁ

    ଟାଣ ମନ ଭାଙ୍ଗିଦିଏ,

ମନଟିକୁଦେଲେ ପୁଣି ବେଳେବେଳ

    ଧୋକ୍କା ଯାହା ମିଳିଥାଏ।


ସବୁ ଆଶା ଏଠି ପୂରଣ ହୁଏନା

    ସବୁ ରାସ୍ତା ସଫା ନୁହେଁ,

ସଫାରାସ୍ତାରେବି ବେଳେବେଳେ କିନ୍ତୁ

    ଦୁର୍ଘଟଣା ହୋଇଥାଏ।


ସବୁ ରାଣ ଏଠି ରାଣ କେବେ ନୁହେଁ

    ଅଭିନୟ ବିଶ୍ଵାସର,

ସେହି ଅଭିନୟ ବିଶ୍ଵାସରେ ବିଷ 

   ଭରୁଥାଏ ବାରମ୍ବାର।


ସବୁଦିନେ ନାହିଁ ଚାନ୍ଦିନୀ ରାତିଟି

   ଏହିତ ବିଚିତ୍ର ସୃଷ୍ଟି,

ମାୟା ମମତାର ବୁଢିଆଣୀ ‌ଜାଲେ

   ସର୍ବେ ଛନ୍ଦା ହୋଇଛନ୍ତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy