ମୁଁ ଯେ ହାରିନାହିଁ
ମୁଁ ଯେ ହାରିନାହିଁ
ବାରମ୍ବାର ଘାତ ପ୍ରତିଘାତରେ,
ଲହୁ ଲୁହାଣ ହେଇଛି,
ହେଇଛି କ୍ଷତ ବିକ୍ଷତ,
ତୁମ ଛଳନାସିକ୍ତ ପ୍ରେମର ,
ନିରୀହ ଶୀକାର ଟିିଏ ହୋଇ,
କ୍ଷତାକ୍ତ ର ଜ୍ୱଳନ ଏବେବି ଦଗ୍ଧ,
ଚର୍ମ ଲୋମ ଛିଦ୍ର ଛିଦ୍ର,
ଜଳି ଅଙ୍ଗାର ପାଉଁଶ,
ତଥାପି ମୁଁ ହାରିିିିନାହିଁ ।
ଅତୀତର ହିସାବ ନିିିକାଶ,
ଖୋଜି ପାଇ ପାରୁନି,
ପାପ, ପୁୁୁନ୍ୟଃ କି ତା ପ୍ରତିଫଳନ,
ସେ ମାୟାଜାଲ,
ଭାଙ୍ଗି ରୁଜି ଚୁୁୁୁୁରମାର ହଉନି,
ଅବା ସଳଖି ଯାଉନି,
କିନ୍ତୁ ହୃଦୟେ ଭରସା ଶ୍ୱାସରତ ,
ହାରିିିବି ନାହିଁ ,
ମୁଁ ଯେ ହାରିନାହିଁ ।
ଅତିକ୍ରମ କରିବାକୁ ଅଛି,
ମାଇଲ୍ ମାଇଲ୍ ଲମ୍ବା ରାସ୍ତା,
ସେଇ ସାଫଲ୍ୟର,
ସ୍ୱାଦ ଟିକକ ଚାଖିବା ପାଇଁ,
ଜୀବନକୁ ଜୀବନ ରୂପେ ଜିଇଁଁବା ପାଇଁ,
ମୋ ଅନ୍ତରେ ସୁପ୍ତ ପ୍ରାୟ ନାରୀ ହୃଦୟକୁ,
ପୁନଃ ଉଜାଗର କରି ,
ସ୍ୱପ୍ନ ଦେଖାଇବା ପାଇଁ,
ମୁଁ ଯେ ହାରିନାହିଁ।
ମୋ ଦେହର ସୁକ୍ଷ୍ମ ଆବରଣ,
ହୁଏତ ତୁୁମ ଜୋତା ତଳ ,
କଠୋର ଛାଞ୍ଚରେ ରଗଡ଼ି ହେଇ,
ଅନେକ ଆର୍ତ୍ତଚିିତ୍କାର କରିଛି,
କିନ୍ତୁ ଅନ୍ତର୍ନିହିତ ଆତ୍ମ ଶକ୍ତି,
ଆଜି ବି ଜୀବନ୍ତ,
ତୁମ ସମ୍ପର୍କର ଶିକୁଳି ଭାଙ୍ଗି,
ଉନ୍ମୁକ୍ତ ଆକାଶେ ,
ବିହଙ୍ଗଟେ ସାଜି,
ଉଡିଯିବାର ସତ୍ ସାହସ ଯୋଗାଇ,
ବାଟେଇ ନଉଛିି ,
ନବ ଦିଗନ୍ତ ଆଡେ,
ମୁଁ ଯେ ହାରିନାହିଁ ।