STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ଯୁଦ୍ଧର ନିଆଁ

ଯୁଦ୍ଧର ନିଆଁ

1 min
406

 ଯୁଦ୍ଧର ନିଆଁ ଜଳୁଛି

  ପୋକ ମାଛି ପରି

  ଏ ମଣିଷ ଜାତି ମରୁଛି

  ମଣିଷ ହୃଦେ ମଣିଷ ପାଇଁ

  ତିଳେ ମାତ୍ର ଦରଦ ଆସୁଛି

   ସଭିଏଁ ସଭିଙ୍କ ସ୍ଵାର୍ଥେ ଲିପ୍ତ ରହି

   ବିଶ୍ଵେ ପ୍ରଥମ ସ୍ଥାନ ଅକ୍ତିଆର ର

   ନିଶା ଘାରୁଛି ।

   ଅର୍ଥ-ବ୍ୟବସାୟ ସ୍ଵାର୍ଥରେ ଅଥୟ

   ଆଜି ଏ ମଣିଷ ଜାତି

   ମଣିଷ ଆଜି ମଣିଷ ଛାତିରେ

   ମାରି ପାରେ ତା'ର କାତି

   ଏ ସଭ୍ୟ ମଣିଷ ବୁଝିଛି

   କେବଳ ତା ଲାଭ କ୍ଷତି

   ନାହିଁ ଭାଇ ଚାରାନ

   ହିଁ ଶାନ୍ତି ମୈତ୍ରୀ ଓ ପ୍ରୀତି

   ମଣିଷ ପଣିଆ ଓ ମାନବିକତାକୁ

   ଭୁଲିଛି ଆଜି ଏ ମାନବ ଜାତି ।


  ପରସ୍ପର ମଧ୍ୟେ ଜଳେ ଅବିଶ୍ବାସ ର ନିଆଁ

  ସର୍ବ ଦିଗେ ଦିଶେ ଯୁଦ୍ଧର ନିଆଁ

  ଯୁଦ୍ଧର ନିଆଁ ରେ ଜଳେ ଏ ଦୁନିଆଁ

  ଆମେରିକା ଦେଖାଏ ବଡ ଭାଇ ପଣିଆ

  କାହିଁ ଗଲା ତା'ର ସେ ପ୍ରତିପତ୍ତି

  କାହିଁ ଗଲା ତା'ର ସେ ମୁରବୀ ପଣିଆ

  ଋଷ୍ ଦିଏ ପ୍ରତି ମୁହୂର୍ତ୍ତେ ଯୁଦ୍ଧର ହୁଙ୍କାର

   କାହିଁ ଗଲା ଦର୍ପ କାହିଁ ଗଲା ଗର୍ବ

   ସେ ସଭ୍ୟ ଶିକ୍ଷିତ ଆମେରିକାର

   ସାଜି ଖଳନାୟକ ବିଶ୍ଵ ସମୁଦାୟ କୁ

   ବନଉ ଥିଲା ସେ ଭକୁଆ

   ତା'ର କୁକର୍ମ ପାଇଁ 

   ଯୁଦ୍ଧେ ଜଳେ ଆଜି ଏ ବିଶ୍ଵ ଦୁନିଆଁ

   ଚତୁର୍ଦ୍ଦିଗେ ଦିଶେ ଖାଲି

   ଯୁଦ୍ଧର ନିଆଁ ।


   ରକେଟ୍ ଓ ମିଶାଇଲ୍ ର ମାଡେ

   ଥରେ ଏ ସାରା ଦୁନିଆଁ

   ୟୁକ୍ରେନ ଏବେ ଧ୍ଵଂସ ସ୍ତୁପ ସାଜେ

   ଆମେରିକା ଓ ନାଟୋ ବନାନ୍ତି

   ୟୁକ୍ରେନକୁ ଭକୁଆ

   ହେ ଜିଲେକ୍ସି ହେ ପୁଟିନ୍

   ଯୁଦ୍ଧାସ୍ତ୍ରକୁ ଆଉ ଜମା ଫୁଟାନି

   ଏ ଯୁଦ୍ଧାସ୍ତ୍ର ହୁଏତ ତୁମକୁ

   ଲାଗୁଥିବ ବାଣ ଫୋଟକା ସଦୃଶ

   ହେଲେ ମଣିଷ ଜୀବନକୁ

   କାହିଁକି କରୁଛ ତୁଛ

   ଭୟ ଓ ଆତଙ୍କର ବାତାବରଣେ

   ମଣିଷ ଜାତି ହୁଏ ଛାନିଆ

   ଶାନ୍ତି ମୈତ୍ରୀ ବଦଳେ

   କାହିଁକି ଏ ଯୁଦ୍ଧ ରଚାଏ ଏ ସଭ୍ୟ ମଣିଷ

   ଚାରିଆଡେ ଜଳେ ଯୁଦ୍ଧର ନିଆଁ ?

  

  ଏକବିଂଶ ଶତାବ୍ଦୀର ଏ ମଣିଷ ଜାତି

  ଚାହେଁନି ଯୁଦ୍ଧ ଚାହେଁ ସେ ଶାନ୍ତି

  ଶିକ୍ଷା ସଭ୍ୟତା କୁ ଦିଅ ସମ୍ମାନ

  ବିଜ୍ଞାନ ବଳରେ ନ ହୁଅ ସଇତାନ

  ନିର୍ମମ ନିଷ୍ଠୁର ହୋଇ ମଣିଷ ରକ୍ତେ

  ହେ ମଣିଷ

  ପୁଟିନ, ଜିଲେକ୍ସି ଓ ବାଇଡେନ୍ ନିଜ କୁ 

  ସଜାଇ ଏ ମାନବ ଜାତିରେ

   ଏ ବିଶ୍ଵ ଦରବାରେ ନ ଲଗାଅ ନିଆଁ

   ଶାନ୍ତି ମୈତ୍ରୀ ଓ ଭାଇଚାରା ରେ

   ଚାଲୁ ଏ ଦୁନିଆଁ

   ସ୍ଵାର୍ଥ, ଅର୍ଥ ଓ ପ୍ରଗତି ନାମେ

   ବିଶ୍ଵେ ନ ଜଳୁ ଯୁଦ୍ଧର ନିଆଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract