STORYMIRROR

Mamatamanjari Das

Tragedy

4  

Mamatamanjari Das

Tragedy

କ୍ଳାନ୍ତ ପଥିକ ଟିଏ ମୁଁ

କ୍ଳାନ୍ତ ପଥିକ ଟିଏ ମୁଁ

1 min
459

ଆଖିରେ ମୋହର ଲୁହର ଶ୍ରାବଣ

ଆସୁନାହିଁ ଆଉ ଖରା

ମନରେ ମୋହର ଫଗୁଣର ବାସ୍ନା

ତଥାପି ସେ ପତ୍ରଝରା ।


ଆମ୍ର ତୋଟାରେ ବକୁଳ ମହକ

ଆଉ ଆଣୁନାହିଁ ଉନ୍ମାଦନା

ହୃଦୟ ତଟ୍ଟରେ ଆସୁନାହିଁ କେବେ

ସୁନେଲି ସ୍ୱପ୍ନର ବନ୍ୟା।


ଗୋ ଗୋଷ୍ଠ ଫେରନ୍ତା ଗୋଧୂଳି ଆକାଶ

ତୋ ବିନା ଲାଗଇ ଫିକା

ଶିମିଳି ଫୁଲର ଶିତୁଆ ସଞ୍ଜ ବି

ହୃଦେ ସୃଷ୍ଟି କରୁନାହିଁ ଇନ୍ଦ୍ର ଧନୁର

ସୁନେଲି ସପ୍ତରେଖା ।


ଜୀବନ ପଥରେ ଚାଲୁ ଚାଲୁ ବାଟ

ମୁଁ ଆଜି କ୍ଳାନ୍ତ ପଥିକ ଟିଏ

ଯେତେ ବଢିଚାଲେ ଦହନର ଜ୍ୱାଳା

ହୃଦୟଟା ମୋର ସେତେ ଆକ୍ତା ମାକ୍ତା ହୁଏ ।


ଆଗକୁ ଅନେକ ପଥ ବାକି ଅଛି

ପଲକେ ତୋହର ସ୍ମୃତି

କାନ୍ଦି ବି ପାରୁନି ଲିଭିଯିବ ବୋଲି

ଆମ ସେ ଅଭୁଲା ପ୍ରିତୀ।


ଜାଣତେ ହେଉ ବା ଅଜାଣତେ ହେଉ

ଦହନ ଜ୍ୱାଳାରେ ଆଖି ଦୁଇ ସଦା ଭିଜେ

ସେ ଲୁହ ଭିତରେ ଝାପ୍ସା ଆଲୁଅରେ

ହୃଦୟଟି ମୋର ତୋ ମୁହଁକୁ ନିତି ଖୋଜେ ।


ନୀରବ ନିଶୀଥେ ଚାଲେ ଏକା ଏକା

ସପନକୁ ସଙ୍ଗେ ଧରି

ଦହନ ଜ୍ୱାଳାରେ କ୍ଳାନ୍ତ ପଥିକ ଟିଏ ମୁଁ

ଜୀବନରେ ମୋର ସବୁ ତ ଯାଇଛି ସରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy