STORYMIRROR

Deepak Kumar Mishra

Tragedy

4  

Deepak Kumar Mishra

Tragedy

ଓଟ

ଓଟ

1 min
691


ବିସ୍ତୀର୍ଣ୍ଣ ମରୁଭୂମିରେ 

ବିସ୍ତୃତ ବାଲିର ସମୁଦ୍ର,

ପୁଣି ଅସୀମ ଦିଗନ୍ତ.....

ଲମ୍ବି ଚାଲିଛି ଦୁରକୁ ଦୁରକୁ 

ମୁଁ ଚାଲିଛି..... ଆଉ ଚାଲିଛି....l 


ଜାଣିନି ବାଲିବାଟ କେବେ ସରିବ !

ଜାଣିନି ବି ବିପଣି ଅଛି କେତେ ଦୂରେ.. 

ମାଲିକର ଭାରୀ ସ୍ୱର ଭରା ଗଣ୍ଠିଲି ବୋହି

ତତଲା ବାଲିରେ, ଘୋରି ଘୋରି ଖୁରା ଚାଲିଛି ....ଚାଲିବି....... 

ଗଣ୍ଠିଲି ଓ ବୟସର ଭାରଠାରୁ 

ନିଜ କୁବୁଜର ବୋଝ ବେଶି ଓଜନିଆ ଲାଗୁଛି .... l 


ଦିଶୁନି ବାଟରେ ଆଉ ମରୁଗୁଳ୍ମ,

ମରୁଝର ସବୁ ଶୁଖିସାରିଛି,

କେତେଦିନ ଚାଲିବି ମିଛ ମରୀଚିକା ଆଶାରେ .....?

ବୃଥା ପ୍ରତିଶୃତିର ଆଶ୍ରାରେ ....?

ରାତି ହେଲେ, ତାତି କମିଲେ

ତାରା ଆସିଲେ......

ଜୁଳୁଜୁଳିଆ ଆଲୋକରେ ......

ମାଳ ମାଳ ପୁରୁଣା

ମୋ ନିଜ ଖୁରା ଚି଼ହ୍ନମାନଙ୍କୁ 

ଟିକେ ପଚାରି ବୁଝିବି ...... 

କେବେ ହେବ ମୃତ୍ୟୁ ମୋର ?

ନିର୍ଜନ ମରୁରେ ନା ଚମଡାର ବିପଣି ହାଟରେ....?

ଲାଭ କିନ୍ତୁ ହାଟରେ... 

ଏମିତିବି ତ ନିର୍ଜନତାକୁ ଭୟ ଲାଗେ ମୋତେ ! 


ସତରେ କୁବୁଜର ବୋଝ

ଆଉ ସହି ହେଉନି ........

ଘୋରା ଖୁରା ଘା'ର କଷ୍ଟ ଠାରୁ

କୁବୁଜର ବୋଝ ଯନ୍ତ୍ରଣା .

ଅସହ୍ୟ ହେଲାଣି.....l 


ବିପଣି ଆସିଲାଣି....

ଏଠି ଏବେ ବେପାର ହେବ ....

ଗରାଖ ଆସିବେ....ମାଲିକ ହସିବ 

ଖୁଚୁରା ଟଙ୍କାକୁ ସେ ମାଣରେ ମାପିବ

ମୁଁ ପାକୁଳି କରିବି ବସି ଗିଳା ଖାଦ୍ୟକୁ

କଣ୍ଟା ଖିଆ ଫୋଡା ଜିଭରେ,

ଫୋଡ଼ରୁ ଝରୁଥିବା ରକ୍ତରେ ମୁହଁକୁ ପୋଛିବି

କୁବୁଜରେ ପାଣି ଶେଷ.....

ମେଣ୍ଟିବାକୁ ଶୋଷ

ପିଇବାକୁ ହିଁ ପଡିବ ଆଜି ନିଜର ରକ୍ତ....!

ମାଲିକ କହିଲାଣି.....,

ଅଳ୍ପ ବିରାମ ପରେ ଆଗ ବିପଣି ପାଇଁ

ପୁଣି ଚାଲିବାକୁ ଅଛି.....

ଓହଃ.... ପୁଣି କଷ୍ଟ... ଆଉ କଷ୍ଟ..,

ଭାବୁଛି ଅଳ୍ପ ବିରାମ ଭିତରେ 

ନେବି ସ୍ଥିର ଓ ପୂର୍ଣ୍ଣ ବିରାମ ! 


ବୋହିବାକୁ ପଡ଼ିବନି ଆଉ କୁବୁଜର ବୋଝ

କି ଯୁଝିବାକୁ ପଡ଼ିବନି ମରୁଯୁଦ୍ଧରେ ନିତିଦିନିଆ ଦୈହିକ ଦହିଜ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy