STORYMIRROR

Samita Swain

Tragedy Others

4  

Samita Swain

Tragedy Others

ଆଉ ନାହିଁ ଆଗଭଳି

ଆଉ ନାହିଁ ଆଗଭଳି

1 min
348

ଫଗୁଣ ଆଣିଛି ଫଗୁର ଅବିର

ନବ ବସନ୍ତ ର ସାଥେ

କିବା ଲାଭ ଅଛି ବ୍ଯାକୁଳିତ ପ୍ରାଣେ

ଉଲ୍ଲାସ ର ଦୋଳ ଯାତେ।


ବୟସ ବାସର ଅୟସ ଡେଣାର

ସୁରଭିତ ମଳୟ ରେ

ଅନାହାରେ ଯେବେ ବଉଳ ଝଡଇ

ପ୍ରୟୋଜନ କି ପର୍ବରେ।


କୋଇଲିର କୁହୁ ତାନରେ ଶୁଭୁନି

ପ୍ରେମର ସେ ମିଠା ସ୍ବର 

କୁଆଁରୀ ଜହ୍ନଟା ହସୁନି ରାତିରେ

ଆକାଶ ଏବେ ଅନ୍ଧାର।


ଗୋଲାପି ରଙ୍ଗରେ ଭିଜୁନି ମନଟା

ସପନରେ ଘର ତୋଳି

କେମିତି ଫଗୁଣ ଫିକା ଫିକା ଲାଗେ

ଆଉ ନାହିଁ ଆଗଭଳି।


ଶୀତଳ ଜୋଛନା ପରଶି ଦେଉନି

ଅନୁରାଗ ଭରା ପ୍ରୀତି 

ବିରହୀ ମନରେ ନିରବ ଯନ୍ତ୍ରଣା 

ଖୋଜି ତା ଜୀବନ ସାଥୀ।


ପହିଲି ପ୍ରଭାତ ଶିଶିର ବିନ୍ଦୁରୁ

ଝରୁନି ଲାଜର ହସ

ଦିନର ସୂରୁଜ ମଥା ସିନ୍ଦୂରରେ

ଫେରୁନି ସେ' ମଧୁ ମାସ।


ଅମାନିଆ ମନ ଚହଲୁନି କିଆଁ 

ଫଗୁଣର କିମିଆରେ

ଫର ଫର ଏବେ ଉଡୁନି ପଣତ

ମନ୍ଦ ମନ୍ଦ ମଳୟ ରେ।


ଝରା ଶେଫାଳୀ ଟି ଭୂଇଁରେ ଲୋଟୁଛି

କାହାର ଅଭିଶାପରେ

ନିରବରେ କାହିଁ ଜହ୍ନଟା ଶୋଇଛି

ଏଇ ସନ ଫଗୁଣରେ।


କେମିତି ଫଗୁଣ ଆସିଛି ଏସନ

ମିଛ ମିଛ ସପନରେ

ମହକୁନି ଆଉ ସଜ ମଲ୍ଲୀଫୁଲ 

ସଞ୍ଜବେଳେ ବାଲ୍ କୋନିରେ।


ଆଶାର ଉଆସେ ଶୁଭୁନି ଗୁଞ୍ଜନ 

ବେସୁରା ବଇଁଶୀ ସୁର

ରଙ୍ଗର ପରବ ବେରଙ୍ଗ ଲାଗୁଛି

ଭିଜୁନି ମନ ସାଗର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy