STORYMIRROR

Prasanna kumar sahu

Romance Tragedy

4  

Prasanna kumar sahu

Romance Tragedy

ଛାଡି ଗଲ, କିସ ପାଇଲ?

ଛାଡି ଗଲ, କିସ ପାଇଲ?

1 min
255


କିସ ପାଇଲ ଗୋ ପ୍ରିୟା ମୋର

ମୋ ହୃଦୟ ଭାଙ୍ଗି ଦେଇ,

କେଉଁଠି ତୁମେ ହେ ଖୁସିରେ ଅଛ

ମୋତେ ଛାଡ଼ି ଦେଇ ଯାଇ।

କିସ ମାଗିଥିଲ ତୁମେ ମୋତେ ମୁଁ

ଦେଇ ନଥିଲି ତୁମକୁ,

ତୁମେ କରି ଏତେବଡ ଅଭିମାନ

ଚାଲି ଗଲ ହେ ଦୂରକୁ।

ଯେଉଁ ଦୂର ରାଇଜେ ଚଳିଲ ହେ

ଯାଇ ପାରେ ନାହିଁ ସେଠି,

ତୁମ ସ୍ମୃତି ସବୁ ହୃଦୟ ବିଦାରେ

ପଡ଼ି ଅଛି ଏକା ଏଠି। 

ସ୍ଵପ୍ନରେ କେବେ ମୁଁ ଭାବି ନଥିଲି

ଭାଙ୍ଗିବ ହୃଦୟ ମୋର,

ବିଶ୍ୱାସ ହେଉନି କାହିଁ ଗଲ ସଖୀ

କରି ଦେଇ ମୋତେ ପର।

ମରି ମରି ସଦା ବଞ୍ଚିଛି ଏଠାରେ

ତୁମରି ସ୍ମୃତି କୁ ନେଇ,

ପାରିବ କି ତୁମେ ଦେଇ ଉତ୍ତର

କାହିଁ ଗଲ ଛାଡ଼ି ଦେଇ?

କି ସୁଖ ପାଉଛ ଚାଡ଼ି ଦେଇଣ

ଏକା ଏକା ଦୁନିଆରେ,

କି ଖୁସି ତୁମେ ପାଇଲ ପ୍ରିୟେ

ନିଆଁ ଲଗାଇ ହୃଦ ରେ?

ସେହି ଅଗ୍ନି ତାପ କେଡେ ପ୍ରତାପ          

କାହୁଁ ଯେ ତୁମେ ବୁଝିବ,

ଉପକୂଳ ବାସୀ ମରୁଭୂମି କଷ୍ଟ

କାହୁଁ ହୃଦ୍ଗମ କରିବ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance