STORYMIRROR

SOUDAGAR BISWAL

Romance Tragedy

4  

SOUDAGAR BISWAL

Romance Tragedy

ତସବୀର ଚୁମେ

ତସବୀର ଚୁମେ

1 min
885


ପ୍ରେମ ଜୀବନର

 ଜୀଇବା ପ୍ରେରଣା

ପ୍ରେମ ବିନା ପ୍ରାପ୍ତ

ନରକ ଠିକଣା।।

ସେମିତି ମୋ ପ୍ରେମ

ବାଟ ବଣା ହୁଏ

ହସୁଥିବା ପ୍ରାଣ

ନିତି କାନ୍ଦୁ ଥାଏ।।

ନିଶାସକ୍ତ ହୋଇ

ନିଶି ପାହି ଯାଏ।

ତଥାପି ମୋ ପ୍ରିୟା

ଆହାଃ ସେ ନ କହେ।।

ହୃଦୟ ରେ ଥାଏ

ପ୍ରତି ମୂହୁର୍ତ୍ତ ରେ।

ଛାତି ଚିରୁଥାଏ

ଛଳନା ଛୁରୀ ରେ।।

ମେଦ ମାଂସ ଥିବା

ମୁଁ ମଣିଷ ଟିଏ।

ଛାତି ଚିରି ଗଲେ

ମତେ କଷ୍ଟ ହୁଏ।।

ଏତିକି ନବୁଝେ

ଦିଏ ଖାଲି ଲୁହ।

ତକିଆ କୁ ପଚାର

କହିବ ମୋ କୋହ।।

ଓଦା ହୋଇଥାଏ

ନିତି ରଜନୀ ରେ।

ଗାଧୋଇ ଲୁହରେ

ତାକୁ ଥଣ୍ଡା ଧରେ।।

କବି ରାଜ ଅଛି

ହୁଏତ ତା ପାଇଁ।

ମୁଁ ଏମିତି ରୋଗୀ

ଡାକ୍ତରାଣୀ ସେହି।।

ସିଞ୍ଚି ଦେଇ ପାର

ସଞ୍ଜିବନୀ ତୁମେ।

ମୃତ୍ୟୁ ଶଯ୍ୟାରେ ମୁଁ

ପ୍ରିୟା,ତସବୀର ଚୁମେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance