STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ଏହା କ'ଣ ସତ୍ଯ

ଏହା କ'ଣ ସତ୍ଯ

1 min
224


ଗଲା ଦିନ ଆଉ ଫେରି ଆସେ ନାହିଁ

   ସ୍ମୃତି ଭୁଲିହୁଏ ନାହିଁ,

ଭବିଷ୍ୟତ କେବେ ଜାଣିହୁଏ ନାହିଁ

    ସମୟ ଅଟକେ ନାହିଁ।


ଯାହାର ବା ଯେତେ କ୍ଷମତା ବି ଥିଲେ

    ମୃତ୍ୟୁକୁ କେ ରୋକିପାରେ,

ଯିଏଯେତେ ଧନୀ ହୋଇଥିଲେ ସୁଦ୍ଧା

    ମନ କ'ଣ କିଣି ପାରେ ।


ଦୁନିଆଁରେ ଯେତେ ପବନ ରହିଛି

    କେ ତାକୁ ବିକି ପାରୁଛି,

ସାତ ସମୁଦ୍ରର ଅଗାଧ ପାଣିକୁ

     କେ ଅବା ମାପି ପାରିଛି ।


ଅଗ୍ନିକୁ ଆୟତ୍ତ କରିବା ପାଇଁକି

     ଶକତି‌ କାହାର ନାହିଁ,

ଆକାଶ ବୁକୁରେ ବିତରଣ କରି

      କେ ତାରା ଗଣି ପାର‌ଇ ।


ଲାଗେ ଅସମ୍ଭବ କେ କଳି‌ ପାରିବ

     ବେଳାଭୂମି ବାଲି ଯେତେ,

ଏମିତି ଅନେକ ସୃଷ୍ଟିର ସନ୍ତକ

      କେ ବର୍ଣ୍ଣି ପାରିବ କେତେ ।


ଏସବୁ ଉର୍ଦ୍ଧ୍ବରେ ବିଶ୍ଵନିୟନ୍ତାଙ୍କ

      ଯଦି ସ୍ଵାକ୍ଷର ରହିଛି,

କ'ଣ ପାଇଁକି ମଣିଷ ଏଠାରେ

       ଦାବି ସାବ୍ୟସ୍ତ କରୁଛି ।


ପିତୃମାତୃ ଋଣ କେ ଶୁଝି‌ ପାରୁଛି

       ମମତା ମୂଲ କେ ବୁଝେ,

ସବୁ ଚିହ୍ନିହୁଏ କିନ୍ତୁ ମଣିଷକୁ 

       ଚିହ୍ନି କି ହୁଏ ସହଜେ ।


ଆନମନା ହୋଇ ଦୁଇ ପଦ ଭାଇ

       ଅନୁଭବେ କହିଦେଲି,

କେତେ ସତ ମିଛ ଆପଣଙ୍କ ମତ

       ଅପେକ୍ଷାରେ ମୁଁ ରହିଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy