STORYMIRROR

Smitali Priyadarsini Panda

Tragedy Inspirational

4  

Smitali Priyadarsini Panda

Tragedy Inspirational

ଯୁଦ୍ଧ ଓ ଶାନ୍ତି

ଯୁଦ୍ଧ ଓ ଶାନ୍ତି

1 min
661

ଆଲୋଚନା ମଧ୍ୟେ ସବୁ ସମସ୍ୟାର 

ହୋଇପାରେ ସମାଧାନ

ଯୁଦ୍ଧ ପରିଣତି କେବଳ ବିନାଶ

ଏହା ନ କରିବ ଆନ !!


ମଣିଷ ସମାଜ ହିତେ ନୁହେଁ ଯୁଦ୍ଧ

ନା ପ୍ରାଣୀ ଜଗତ ପାଇଁ

ଇତିହାସ ସାକ୍ଷୀ ଅଛି କାଳେ କାଳେ

ହିଂସା ଆଶା କଷ୍ଟ ନେଇ !!


କେବେ ଜାତି ପାଇଁ କେବେ ଧର୍ମ ପାଇଁ

ସୃଷ୍ଟି କର ନାହିଁ କଳି

ଆମେ ତ ଗୋଟିଏ ମାନବ ସମାଜ

ତାକୁ ଦିଅ ନାହିଁ ବଳି !!


ଦୁନିଆ ଆଗରେ ଶ୍ରେଷ୍ଠ ବୋଲାଉଛେ

ମାନବ ସମାଜ ବହି

ନିଜ ସ୍ୱାର୍ଥ ପାଇଁ କ୍ରୁର ଆମେ ହେଉ

ଦାନବର ରୂପ ନେଇ !!


କେତେ ପଶୁପକ୍ଷୀ ସରୀସୃପ ଜାତି

ଅଛନ୍ତି ପୃଥିବୀ କୋଳେ

ଆମ ହିଂସା ପାଇଁ ସେ ପାଇବେ କଷ୍ଟ

ନିରୀହ ସେ ପ୍ରାଣୀ ଭାଳେ !!


ଏ ସୁନ୍ଦର ସୃଷ୍ଟ ହସିବ ଯେ ଉଠି

ଘେନି ସମ୍ପର୍କର ବାର୍ତ୍ତା

ଯୁଦ୍ଧ ନୁହେଁ ଆମେ ଶାନ୍ତିପ୍ରିୟ ବୋଲି

ହୋଇବା ଜଗତ କର୍ତ୍ତା !!


ଚାଲ ଆଜି ଆମେ ଏକାଠି ହୋଇବା

ତ୍ୟାଗ କରି ହିଂସା ଯେତେ

ଶାନ୍ତି ପାଇଁ ସର୍ବେ ପଣ କରିନେବା

ସକଳ ଜଗତ ହିତେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy