STORYMIRROR

SUKANTA KHANDA

Tragedy Others

4  

SUKANTA KHANDA

Tragedy Others

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
593


ଡହଡ଼ହ ଶୀତରେ ଥରୁଥିଲା ଦେଶ

ଭିଜୁଥିଲା କାକର ସହିତ

ଦିନ ଦଶଘଡି଼ ଯାଏଁ ଘରୁ ଉଠିବା 

କି ବାହାରିବା ମନା

ଉଠିଲେ ହିଁ ବିପଦ।


ହଠାତ୍ !

ଅଦିନିଆ ବର୍ଷା ଛେଚି ଦେଲା

ସାଙ୍ଗରେ କରକାକୁ ଧରି।


କାହାକୁ ନ କହି ତାର ଏ ତାଣ୍ଡବ

କହିଥିଲେ ମୁଁ ସତର୍କ ହୋଇଥାନ୍ତି 

ସାଇତି ରଖିଥାନ୍ତି ବଡି଼କୁ,ଆଚାରକୁ

ନୁଆଣିଆ ଚାଳକୁ ବି ଘୋଢେ଼ଇ ଦେଇଥାନ୍ତି ନଡା଼ରେ।


ସେ ତ ରଟରଟ୍ ବର୍ଷାରେ 

ଘାଇଲା କଲା ଅଚାନକ

ଶୀତ ଦିନଟାରେ ବି ସମୁଦ୍ରର ଲହଡି଼

ପୁଚି ଖେଳୁଛି ମନଇଛା

ତା ପଦ୍ମତୋଳା ଡାକରେ 

ସର୍ପିଣୀ ପରି ମୋ ଦଶଦିଶ 

ହେଲେ କ'ଣ କରିବି?


ଅଦିନିଆ ବର୍ଷା ହେବ ବୋଲି କିଏ ଜାଣିଥିଲା?

ଯଦି ଜାଣିଥାନ୍ତି 

ମନା କରି ଦେଇଥାନ୍ତି ନ ଆସିବାକୁ

ଅଥବା କାମ ସରିଗଲେ 

ଆସିବାକୁ କରିଥାନ୍ତି ଅନୁରୋଧ।


ସତରେ ! 

ଅଦିନିଆ ବର୍ଷା ଘାତକ ସାଜିଲା

ଗୋଟେ ନିଅଁଶୀ ବୁଢୀ଼ର ବୁଝିଲାନି ଦୁଃଖ

କ'ଣ କରିବି କୁହ?

ଶୀତ ଓ ଅଦିନିଆ ବର୍ଷା ତ

ହଜେଇ ସାରିଲାଣି ମୋର ସବୁକୁ

ତନୁମନ କୋରି ହୋଇଲାଣି ଶୀତରେ ମାଡ଼ରେ। 


ହେ ଅଦିନିଆ ବର୍ଷା !

ତୁମେ କୁହ ସୁଖ ନେଇ ଆସିଛ 

ନା ଦୁଃଖର ନଈରେ

ଗାଧୋଇବା ଦେବା ପରମ ଇଛା?


ମୋର କଥା ଅଟକି ଗଲା

ମୁଁ ଟଳି ପଡି଼ଲି ଭୂମିରେ 

ଯାହା ଛଅ ହାତ ଭୂମି ଲୋଡା଼ 

ଅନନ୍ତ ଶୟନ ସକାଶେ।


ମୋତେ ସନ୍ତୋଷ ସକାଶେ 

ଆସିଥିଲ ହେ ଅଦିନିଆ ବର୍ଷା

ତୁମକୁ ମୋର କୋଟିଏ ପ୍ରଣାମ 

ଆଉ ଧନ୍ଯବାଦ ଘେନ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy